ଛତ୍ରପୁର ଓକିଲ ସଂଘ ପକ୍ଷରୁ ମଧୁବାବୁ ଜୟନ୍ତୀ ଓ ୨୬ ତମ ଆଇନଜିବୀ ଦିବସ ପାଳିତ

ଛତ୍ରପୁର,୨୮/୪ : ଓଡିଶାର ପ୍ରଥମ ବାରିଷ୍ଟର,ଉତ୍କଳ ସମ୍ମିଳନୀର ପ୍ରତିଷ୍ଠାତା. ସ୍ୱତନ୍ତ୍ରଉତ୍କଳ ପ୍ରତିଷ୍ଠାର କର୍ଣ୍ଣଧାରା, ଉତ୍କଳ ଗୌରବ ମଧୁସୁଦନ ଦାସଙ୍କ ଓଡିଆ ଜାତି ପ୍ରତି ଅବଦାନ ଅବର୍ଣ୍ଣନୀୟ । ସ୍ୱାଭିମାନୀ ଓଡିଆ ଭାବେ ପରିଚିତ ମଧୁବାବୁ ଜଣେ ବାଗ୍ମୀ ଓ ସମାଜ ସଂସ୍କାରକ ଥିଲେ । ତାଙ୍କୁ କୁଳବୁଦ୍ଧ ବୋଲି କୁହାଯାଉଥିଲା । ସେ ଏକାଧାରରେ ଜଣେ ଓକିଲ, ସାମ୍ବାଦିକ, ରାଜନୈତିକ, ଶିଳ୍ପପତି ଥିଲେ । ଏପ୍ରିଲ ୨୮ ତାରିଖ ତାଙ୍କ ଜନ୍ମଦିନକୁ ରାଜ୍ୟରେ ଆଇନ ଦିବସ ଭାବେ ପାଳନ କରାଯାଉଛି । ଏହି ପରିପ୍ରେକ୍ଷୀରେ ଶୁକ୍ରବାର ସ୍ଥାନୀୟ ଓକିଲ ସଂଘ କାର୍ଯ୍ୟାଳୟ ପରିସରରେ ସଂଘର ସଭାପତି ପ୍ରଦୀପ କୁମାର ପାଢୀଙ୍କ ଅଧ୍ୟକ୍ଷତାରେ ମଧୁବାବୁ ଜୟନ୍ତୀ ଓ ୨୬ତମ ଆଇନଜିବୀ ଦିବସ ସମାରୋହ ପାଳିତ ହୋଇଯାଇଛି ।

ଏଥିରେ ମୁଖ୍ୟଅତିଥୀ ଭାବେ ଅତିରିକ୍ତ ଜିଲ୍ଲା ଦୈାରାଜଜ୍ ମନୋରଂଜନ ଦାଶ , ମୁଖ୍ୟ ବକ୍ତା ଭାବେ ଗଂଜାମ ବାର ଆସୋସିଏସନର ପୂର୍ବତନ ସଭାପତି ଶିଶିର ପାଢୀ, ସମ୍ମାନୀତ ଭାବେ ସବଜଜ୍ ଅଭିନନ୍ଦିତା ପଣ୍ଡା ଓ ଏସଡିଜେଏମ ସୈାମ୍ୟା ପ୍ରଧାନ ଯୋଗଦେଇ ଉତ୍କଳ ଗୈାରବ ମଧୁସୂଦନ ଦାଶଙ୍କ ସ୍ମୃତି ଚାରଣ କରିବା ସହ ଆଇନଜିବୀ ଦିବସ ସଂପର୍କରେ ଆଲୋକପାତ କରିଥିଲେ । ପ୍ରାରମ୍ଭରେ କାର୍ଯ୍ୟାଳୟ ପରିସରରେ ଥିବା ଉତ୍କଳ ଗୌରବ ମଧୁସୁଦନ ଦାସଙ୍କ ପ୍ରତିମୁର୍ତ୍ତିରେ ଅତିଥୀ ଏବଂ ଉପସ୍ଥିତ ସମସ୍ତ ଆଇନଜୀବୀ ପୁଷ୍ପମାଲ୍ୟ ଅର୍ପଣ କରି ଶ୍ରଦ୍ଧାଞ୍ଜଳି ଜଣାଇବା ସହିତ ମଧୁବାବୁଙ୍କ ଗୁଣଗାନ କରିଥିଲେ । ଏହି ଅବସର ରେ ସଂଘ ପକ୍ଷରୁ ୨ଜଣ ବରିଷ୍ଠ ଆଇନଜିବୀ ଏବଂ ୪ଜଣ ଆଇନଜିବୀ ମାନଙ୍କୁ ଅତିଥୀ ମାନଙ୍କ ଦ୍ୱାରା ଉପଢୈକନ ପ୍ରଦାନ କରି ସମ୍ମାନୀତ କରାଯାଇଥିଲା ।

ଏହି ସମାରୋହରେ ସଂଘର ସଂପାଦକ ଏଲ୍‌.ଗୋପାଳ ରାଓ, ଉପସଭାପତି ପ୍ରମୋଦ କୁମାର ପୂରୋହିତ , କୋଷାଧ୍ୟକ୍ଷ ଅନାମ ପ୍ରଧାନ , ଯୁଗ୍ମ ସମ୍ପାଦକ ଟି ମୋହନ ରାଓ, ସହ ସମ୍ପାଦକ ଜିତୁନ ପାଢୀ, ଲାଇବ୍ରେରୀ ସମ୍ପାଦକ ମନୋଜ କୁମାର ବେହେରା(ସି) , କାର୍ଯ୍ୟକାରୀ ସଭ୍ୟ ପ୍ରଶାନ୍ତ କୁମାର ମହାନ୍ତି , ବରିଷ୍ଠ ଆଇନଜିବୀ ସୂର୍ଯ୍ୟନାରାୟଣ ସାମନ୍ତରାୟ, ଗୋକୁଳ ଚନ୍ଦ୍ର ପଣ୍ଡା, ଅଶୋକ କୁମାର ଚୈାଧୂରୀ, ରଘୁନାଥ ମହାନ୍ତି, ଏନ.ନାରାୟଣ ରେଡ୍ଡୀ , ଆଦିତ୍ୟ ମିଶ୍ର , କମଳ ଲୋଚନ ଦାଶ , ବ୍ରଜ ମୋହନ ଆଚାର୍ଯ୍ୟ,ଡ଼ି. ଆଦିନାରାୟଣ ରେଡ୍ଡୀ,ଭୈରବୀ କୁମାର ପଟ୍ଟନାୟକ, ସୁରେଶ କୁମାର ପଣ୍ଡା, ସିମାଞ୍ଚଳ ମହାପାତ୍ର,ସମୀର କୁମାର ପାଣିଗ୍ରାହୀ ଙ୍କ ସମେତ ବହୁ ଆଇନଜୀବୀ ମାନେ ଉପସ୍ଥିତ ଥିଲେ । ଶେଷରେ ଉପସଭାପତି ପ୍ରମୋଦ କୁମାର ପୂରୋହିତ ଧନ୍ୟବାଦ ଅର୍ପଣ କରିଥିଲେ ।