ବ୍ରିଟିଶ ଜାହାଜ ଉପରେ ଆକ୍ରମଣ କରିବା ପାଇଁ ଯୋଜନା କରିଥିଲା ଚୀନ । ଏବେ ସେହି ଯୋଜନାରେ ନିଜେ ଫସିଛି । ନିଜ ଚକ୍ରାନ୍ତର ଶିକାର ହୋଇଛି ନିଜେ । ସମସ୍ତଙ୍କ ପାଇଁ କୂଟଚିନ୍ତା କରୁଥିବା ଚୀନ ଏବେ ନିଜ ବୁଦ୍ଧିରେ ଫସିଛି ।ଚୀନରେ ଦୁର୍ଘଟଣାଗ୍ରସ୍ତ ହୋଇଛି ପରମାଣୁ ବୁଡାଜାହାଜ । ସୂଚନା ଅନୁସାରେ, ଚୀନର ପିଏଲଏ ନୌସେନାର ବୁଡ଼ାଜାହାଜ ‘093-417’ ଦୁର୍ଘଟଣାଗ୍ରସ୍ତ ହୋଇଛି । ସମୁଦ୍ର ଭିତରେ ଚୀନର ପରମାଣୁ ବୁଡାଜାହାଜଟି ୩୫୧ ଫୁଟ ତଳେ ରହିଥିଲା ।
ୟେଲୋ ସିରେ ଦୁର୍ଘଟଣାଗ୍ରସ୍ତ ହୋଇଛି ଚୀନର ଏହି ଜାହାଜ । ଅକ୍ସିଜେନ ସିଷ୍ଟିମ କାମ ନ କରିବାରୁ ଏମିତି ଦୁର୍ଘଟଣା ହୋଇଥିବା ସୂଚନା ଭୁକ୍ତ । ଆଉ ଏହି ଦୁର୍ଘଟଣାରେ ୫୫ ଜଣ ନାବିକଙ୍କର ମୃତ୍ୟୁ ହୋଇଛି । ୫୫ ଜଣ ନାବିକଙ୍କ ମଧ୍ୟରେ ୨୨ ଜଣ ଅଫିସର, ୭ ଜଣ କ୍ୟାଡେଟ୍ ଅଫିସର, ୯ ଜୁନିଅର ଅଫିସର ଏବଂ ୧୭ ଜଣ ନାବିକ ସାମିଲ ଥିଲେ । ଏନେଇ ଚୀନ କୌଣସି ସୂଚନା ଦେଇନାହିଁ ।