ପୁରୁଷୋତ୍ତମପୁର ବ୍ଲକ ବିଜେଡ଼ି ସଭାପତି ଭାବେ ଚିତରଞ୍ଜନ ପାଣିଗ୍ରାହୀଙ୍କୁ ନିଯୁକ୍ତ ।

ବ୍ରହ୍ମପୁର, ୧୯/୫ (ଅଭିଜିତ କର): ବିଜୁ ଜନତା ଦଳର ଗଞ୍ଜାମ ଜିଲ୍ଲା ସଭାପତି ଡକ୍ଟର ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକଙ୍କ ନିର୍ଦ୍ଦେଶ ଅନୁସାରେ ଗଞ୍ଜାମ ଜିଲ୍ଲା ପର୍ଯ୍ୟବେକ୍ଷକ ଶ୍ରୀ ପ୍ରଦୀପ କୁମାର ଅମତଙ୍କ ସହମତି କ୍ରମେ ଜାମୁନି ଗ୍ରାମ ଅନ୍ତର୍ଗତ ପୁରୁଷୋତ୍ତମପୁର ବ୍ଲକର ସ୍ୱର୍ଗତ ନିତ୍ୟାନନ୍ଦ ପାଣିଗ୍ରାହୀଙ୍କ ପୁତ୍ର ବରିଷ୍ଠ ନେତା ଚିତରଞ୍ଜନ ପାଣିଗ୍ରାହୀଙ୍କୁ ପୁରୁଷୋତ୍ତମପୁର ବ୍ଲକର ନୂତନ ବ୍ଲକ ବିଜେଡି ସଭାପତି ଭାବରେ ନିଯୁକ୍ତ କରାଯାଇଛି। ସୂଚନା ପ୍ରକାରେ ପୂର୍ବରୁ ଏହି ବ୍ଲକରେ ପଦବୀ ଖାଲି ପଡିଥିଲା ବେଳେ, ବର୍ତ୍ତମାନ ବ୍ଲକ ସଭାପତି ଭାବେ ଶ୍ରୀ ପାଣିଗ୍ରାହୀଙ୍କୁ ଦାୟିତ୍ୱ ପ୍ରଦାନ କରାଯାଇଛି । ଏବଂ ଏହାକୁ ତୁରନ୍ତ କାର୍ଯ୍ୟକାରୀ କରିବା ପାଇଁ ଜିଲ୍ଲା କାର୍ଯ୍ୟାଳୟ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି ବୋଲି ଜିଲ୍ଲା ସମ୍ପାଦକ ଶ୍ରୀ ମନୋଜ ମହାପାତ୍ର ଏକ ବିଜ୍ଞପ୍ତି ପତ୍ର ମାଧ୍ୟମରେ ସୂଚନା ପ୍ରଦାନ କରିଛନ୍ତି । ଏହି ଅବସରରେ ଶ୍ରୀ ପାଣିଗ୍ରାହୀଙ୍କୁ ଦଳୀୟ ନେତା ଓ କର୍ମୀ ମାନଙ୍କ ସମେତ ବିଭିନ୍ନ ମହଲରୁ ବହୁ ମାନ୍ୟଗଣ୍ୟ ବ୍ୟକ୍ତିମାନେ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି।