କଲେଜ ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର, କଲେଜ କ୍ୟାମ୍ପସରେ ମିଳିବ ମାଗଣା WiFi

ଆସନ୍ତା ଶିକ୍ଷାବର୍ଷଠାରୁ ସମସ୍ତ ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟମାନଙ୍କରେ ମିଳିବ ମାଗଣା ୱାଇଫାଇ । ଛାତ୍ରଛାତ୍ରୀଙ୍କୁ ୱାଇଫାଇ ଓ ୧ ଜିବି ଡାଟା ମାଗଣାରେ ଦିଆଯିବ । କେବଳ ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟରେ ୱାଇଫାଇର ସୁବିଧା ଉପଲବ୍ଧ ହେବ । ଉଚ୍ଚଶିକ୍ଷା ମନ୍ତ୍ରୀ ରୋହିତ ପୂଜାରୀଙ୍କ ତରଫରୁ ଏହି ସୂଚନା ମିଳିଛି । ଉଚ୍ଚଶିକ୍ଷା ବିଭାଗର ସମୀକ୍ଷା ବୈଠକ ପରେ ମନ୍ତ୍ରୀ ସୂଚନା ଦେଇଛନ୍ତି ।