କନିଷ୍ଠ ରାଜସ୍ୱ ସହାୟକଙ୍କ ବିୟୋଗରେ ଶୋକସଭା

ଛତ୍ରପୁର ୧୧/୫ : ଗତକାଲି ଗଞ୍ଜାମ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର କନିଷ୍ଠ ରାଜସ୍ୱ ସହାୟକ ଗଗନ ରାଉତଙ୍କ ଏକ ସଡକ ଦୁର୍ଘଟଣାରେ ଗଗମୃତ୍ୟୁ ଘଟିଛି । ଏନେଇ ମୃତ ଗଗନଙ୍କ ଅମର ଆତ୍ମାର ସତଗତି ନିମନ୍ତେ ଗୁରୁବାର ଗଞ୍ଜାମ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଏକ ଶୋକସଭା ଅନୁଷ୍ଠିତ ହୋଇଯାଇଛି । ଏଥିରେ ଗଞ୍ଜାମ ଜିଲ୍ଲାପାଳ ଦିବ୍ୟ ଜ୍ୟୋତି ପରିଡା, ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ଲୀନା କୁମାରୀ ଖେସ୍ ଙ୍କ ସମେତ ବିଭିନ୍ନ ଅଧିକାରୀ ଓ କର୍ମଚାରୀ ମାନେ ଉପସ୍ଥିତ ରହି ସ୍ୱର୍ଗତ ଗଗନ ରାଉତଙ୍କ ଅମର ଆତ୍ମାର ସତଗତି କାମନା କରିଥିଲେ ।