ବାଣପୁର,12/10:ଖୋର୍ଦ୍ଧା ଜିଲା ବାଣପୁର ବ୍ଲକ ନାଚୁଣି ପଞ୍ଚାୟତ ନିକଟସ୍ଥ ନାଚୁଣି ମହାବିଦ୍ୟାଳୟରେ ଖୋର୍ଦ୍ଧା ଜିଲା ପୋଲିସ ପକ୍ଷରୁ ସାଇବର ଅପରାଧ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ସାଇବର ସଚେତନତା କାର୍ଯ୍ୟକ୍ରମରେ ନାଚୁଣି ମହାବିଦ୍ୟାଳୟର ଶହ ଶହ ଛାତ୍ର ଛାତ୍ରୀମାନେ ଅଂଶ ଗ୍ରହଣ କରିଥିଲେ । ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ନାଚୁଣି ମହାବିଦ୍ୟାଳୟର ଅଧ୍ୟାପିକା ଲିନା ନଦିଜା । ଏହି କାର୍ଯ୍ୟକ୍ରମକୁ ଆରକ୍ଷୀ ଅଧିକ୍ଷକ ସୁରେନ୍ଦ୍ରନାଥ ମୁର୍ମୁ ପ୍ରଦୀପ ପ୍ରଯୋଳନ କରି ଉଦ୍ଘାଟନ କରିଥିଲେ। ଏଥିରେ ଖୋର୍ଦ୍ଧା ଜିଲା ପୋଲିସ ପକ୍ଷରୁ ମୁଖ୍ୟ ଅତିଥିଭାବେ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ସୁରେନ୍ଦ୍ରନାଥ ମୁର୍ମୁ, ସମ୍ନାନିତ ଅତିଥିଭାବେ ଉପ ଆରକ୍ଷୀ ଅଧିକ୍ଷକ ଶ୍ରୀଯୁକ୍ତ ଅନିଲ କୁମାର ମହାନ୍ତି, ମୁଖ୍ୟ ବକ୍ତାଭାବେ ଉପଖଣ୍ଡ ଆରକ୍ଷୀ ଅଧିକାରୀ ବାଲୁଗାଁ ସୁଭ୍ରାଂଶୁ ଶେଖର ମିଶ୍ର,ସମ୍ମାନିତ ଅତିଥି ଭାବରେ ଆଇଆଇସି ନାଚୁଣି ଶ୍ରୀଯୁକ୍ତ ଚନ୍ଦ୍ରଶେଖର ଜେନା, ଏବଂ ସମ୍ମାନିତ ବକ୍ତା ଭାବରେ ନାଚୁଣି ମହାବିଦ୍ୟାଳୟର ସଭାପତି ଶ୍ରୀଯୁକ୍ତ ଅରୁଣ କୁମାର ଦାସ ଯୋଗ ଦେଇଥିଲେ ।
କିଭଳି ଭାବରେ ସାଇବର ଅପରାଧରୁ ଦୁରେଇ ରହିବା, କୌଣସି ଅଜଣା ଫୋନ କଲ ଆସିଲେ ଓଟିପି ନଦେବା, ୟୁପିଆଇ ମାଧ୍ୟମରେ କାରବାର କଲେ ସମ୍ପୂର୍ଣ୍ଣ ସଚେତନତା ରହିବା ଭଳି ବିଭିନ୍ନ ଦିଗକୁ ନେଇ ହେଉଥିବା ସାଇବର ଠକେଇରୁ ନିଜକୁ ସୁରକ୍ଷିତ ରହିବାକୁ ନେଇ ସେ ବିଷୟରେ ଉପସ୍ଥିତ ଥିବା ସମସ୍ତ ସମ୍ନାନିତ ଅତିଥିମାନେ ନିଜ ନିଜର ବକ୍ତବ୍ୟ ରଖିଥିଲେ । ଏହି ସାଇବର ଅପରାଧ ସଚେତନତା କାର୍ଯ୍ୟକ୍ରମରେ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ଏହି ସାଂସ୍କୃତିକ କାର୍ଯ୍ୟକ୍ରମରେ କୁଇଜ ପ୍ରତିଯୋଗିତା, ଗୀତ ଓ ଡ୍ୟାନ୍ସ ପୋଗ୍ରାମ କରାଯାଇଥିଲା । ଏଥିରେ ଯେଉଁ ଛାତ୍ରଛାତ୍ରୀ ମାନେ ଅଂଶ ଗ୍ରହଣ କରି ପ୍ରଥମ, ଦିତୀୟ ଓ ତୃତୀୟ ସ୍ଥାନ ପାଇ ଥିଲେ ସେମାନଙ୍କୁ ପୁରସ୍କାର ଦିଆ ଯାଇଥିଲା । ଏହି କାର୍ଯ୍ୟକ୍ରମକୁ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ସହଯୋଗ କରିଥିଲେ ନାଚୁଣି ଅଞ୍ଚଳର ସମାଜସେବୀ ଅଭିଜିତ ବିଶ୍ୱାଳ ଓରଫ ମୁନା ଏବଂ ପ୍ରଦୁମ୍ନ ରଞ୍ଜନ ସୁଆର ।