କେନ୍ଦୁପଦର ଏନ ବି ସି କଲେଜରେ ସାଇବର ସୁରକ୍ଷା ଓ ନିରାପତ୍ତା ସଚେତନତା କାର୍ଯ୍ୟକ୍ରମ

ଆସିକା ବ୍ଲକ ଅନ୍ତର୍ଗତ କେନ୍ଦୁପଦରସ୍ଥିତ ନିମିନା ବୃନ୍ଦାବନ ଚନ୍ଦ୍ର ମହାବିଦ୍ୟାଳୟରେ ଅଧ୍ୟକ୍ଷ ହରି ଶଙ୍କର ପାଣ୍ଡେଙ୍କ ଅଧ୍ୟକ୍ଷତାରେ “ସାଇବର ରଥ ” ସଚେତନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି I ଉଚ୍ଚ ଶିକ୍ଷା ବିଭାଗ, ଓ ଗାଙ୍ଗପୁର ଥାନାର ମିଳିତ ପ୍ରୟାସରେ ଏହି ସଚେତନ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି I ଉକ୍ତ କାର୍ଯ୍ୟକ୍ରମରେ କ୍ଷେତ୍ରୀୟବରପୁରର ଆଞ୍ଚଳିକ ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ ବିଷ୍ଣୁ ପ୍ରସାଦ ପଟ୍ଟନାୟକ ଓ ଆଞ୍ଚଳିକ ବିଜ୍ଞାନ ମହାବିଦ୍ୟାଳୟର ଅଧ୍ୟକ୍ଷ ସୁବାଷ ଚନ୍ଦ୍ର ସାମଲ, ମୁଖ୍ୟ ଅତିଥି ରୂପେ ଗଞ୍ଜାମ ଜିଲ୍ଲାର ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ରଞ୍ଜିତ କୁମାର ପୃଷ୍ଟି ଓ ଭଞ୍ଜନଗରର ଏସ୍. ଡ଼ି. ପି. ଓ. ବିଶ୍ଵମିତ୍ର,ଗାଙ୍ଗପୁର ଥାନା ଅଧିକାରୀ ଶୁଭ୍ରଜିତ ସାମନ୍ତରାୟ ଓ ଏସ୍. ବି. ଆଇ. ଶାଖା ଅଧିକାରୀ ଦେବେନ୍ଦ୍ର ବେହେରା ପ୍ରମୁଖ ଉପସ୍ଥିତ ଥିଲେ I

ଛାତ୍ରଛାତ୍ରୀଙ୍କୁ ସାଇବର ଠକେଇ ସମ୍ପର୍କରେ ସଚେତନ କରାଇବା ପାଇଁ ଅଭିନୟ, ଗୀତ, ସଙ୍ଗୀତ, ଛୋଟ ଚଳଚ୍ଚିତ୍ର ଓ ପ୍ରଶ୍ନୋତ୍ତରର ଆୟୋଜନ କରାଯାଇଥିଲା I ଉଭୟ ଅନୁଷ୍ଠାନର ରେଡ଼କ୍ରସ, ଏନ୍. ଏସ୍. ଏସ୍. ଏବଂ ସ୍କାଉଟ ଓ ଗାଇଡ଼ ସ୍ବେଚ୍ଛାସେବୀମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ଶୃଙ୍ଖଳିତ ଭାବେ ପରିଚାଳନା କରିବାରେ ସହଯୋଗ କରିଛନ୍ତି