ଦକ୍ଷିଣ-ପୂର୍ବ ତତ ସଂଲଗ୍ନ କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ଅତି ଭୀଷଣ ବାତ୍ୟାରେ ପରିଣତ ହେଲା “ମୋକା” । ସମୁଦ୍ର ଭିତରେ ବଳ ଗୋଟାଇ ସିଭିୟର ସାଇକ୍ଲୋନିକ ଷ୍ଟର୍ମ ବା ଭୀଷଣ ସାମୁଦ୍ରିକ ଝଡ଼ର ରୂପ ନେଇଛି । କେନ୍ଦ୍ରୀୟ ବଙ୍ଗୋପସାଗରରୁ ଉତ୍ତର ଦିଗକୁ ୬ ଘଣ୍ଟା ଅର୍ଥାତ୍ ଘଣ୍ଟା ପ୍ରତି ୭ କିଲୋମିଟର ବେଗରେ ଗତି କରୁଛି ବାତ୍ୟା “ମୋକା”। ଏହା ପୋର୍ଟ ବ୍ଲେୟାରଠାରୁ ପଶ୍ଚିମ- ଉତ୍ତର ପଶ୍ଚିମ ଦିଗରେ ୫୨୦ କିମି ଦୂରରେ ରହିଛି । ସେହିପରି ବାଂଲାଦେଶର କକ୍ସବଜାର ଠାରୁ ୧୦୩୦ କିଲୋମିଟର ଓ ମିଆଁମାରଠାରୁ ୯୫୦ କିଲୋମିଟର ଦୂରରେ ରହି ସମୁଦ୍ର ଭିତରେ ଗତି କରୁଛି । ଆଗାମୀ ୬ ଘଣ୍ଟାରେ ଉତ୍ତର- ଉତ୍ତର ପୂର୍ବ ଦିଗକୁ ମୋଡ଼ ବଦଳାଇ ବାତ୍ୟା “ମୋକା” ଅତି ଭୀଷଣ ସାମୁଦ୍ରିକ ଝଡ଼ର ରୂପ ନେଇପାରେ ବୋଲି ପାଣିପାଗ ବିଭାଗ ପକ୍ଷରୁ ଆକଳନ କରାଯାଇଛି । ୧୪ ତାରିଖ ମଧ୍ୟାହ୍ନ ସମୟରେ ଦକ୍ଷିଣ ପୂର୍ବ ବାଂଲାଦେଶ ଓ ଉତ୍ତର ମିଆଁମାର ଉପକୂଳ ଦେଇ ଅତିକ୍ରମ କରିବ । ଏହି ସୟରେ ପବନର ବେଗ ଘଣ୍ଟାପ୍ରତି ୧୫୦ରୁ ୧୬୦ ରହିବ । ସ୍ଥଳ ବିଶେଷରେ ସର୍ବାଧିକ ୧୭୫ କିମି ବେଗରେ ପବନ ବୋହିବା ନେଇ ବିଭା ପକ୍ଷରୁ ଆକଳନ କରାଯାଇଛି l ଉପକୂଳ ଛୁଇଁବାରେ ପରେ ବାକ୍ୟା ଦୁର୍ବଳ ହୋଇଯାଇପାରେ । ତେବେ “ମୋକା” ବାଂଲାଦେଶ ଓ ମିଆଁମାର ମୁହାଁ ଓଡ଼ିଶା ଉପରେ ଏହା କୌଣସି ପ୍ରଭାବ ପଡିବ ନାହିଁ ।