• ଦଶମରେ ୪ଜଣ ଓ ଦ୍ୱାଦଶରେ ୩ଜଣ ଛାତ୍ରଛାତ୍ରୀ ଟପ୍ପର ।
ବ୍ରହ୍ମପୁର, ୧୫/୫ (ଅଭିଜିତ କର): ରବିବାର ଆଇସିଏସଇ ପରୀକ୍ଷାର ଫଳାଫଳ ପ୍ରକାଶ ପାଇଛି । ତେବେ ସେଥିରେ ବ୍ରହ୍ମପୁର ଡିପଲ୍ ସ୍କୁଲର ଦଶମ ଓ ଦ୍ଵାଦଶ ଶ୍ରେଣୀରେ ପରୀକ୍ଷା ଦେଇଥିବା ଛାତ୍ରଛାତ୍ରୀ ମାନେ ଅଦ୍ଭୁତ ସଫଳତା ହାସଲ କରିଛନ୍ତି। ଏନେଇ ସ୍କୁଲର ଅଧ୍ୟକ୍ଷ ଫାଦର୍ ରିକାଡୋ ପ୍ରଧାନ ସୂଚନା ଦେଇଛନ୍ତି ଯେ, ତାଙ୍କ ସ୍କୁଲର ଦଶମ ଶ୍ରେଣୀରେ ୨୧୬ ଜଣ ଏବଂ ଦ୍ଵାଦଶ ଶ୍ରେଣୀରେ ୧୨୪ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ । ସେଥି ମଧ୍ୟରେ ଚଳିତ ବର୍ଷ ପରୀକ୍ଷାରେ ଶତ ପ୍ରତିଶତ ଫଳାଫଳ ରହିଥିବାରୁ ସେ ଖୁସି ବ୍ୟକ୍ତ କରିବା ସହ ଛାତ୍ରଛାତ୍ରୀ ମାନଙ୍କୁ ଉତ୍ସାହିତ କରି ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇ ଥିଲେ। ତେବେ ସେମାନଙ୍କ ମଧ୍ୟରୁ ଦଶମ ଶ୍ରେଣୀ ପରୀକ୍ଷାରେ ୯୮.୮୦ ପ୍ରତିଶତ ରଖି ପ୍ରଥମ ସ୍ଥାନରେ ଶ୍ରିଶ୍ ସୃଜନ କୃତିତ୍ୱ ହୋଇଥିବା ବେଳେ, ଅଂଶୁମାନ ସାହୁ ୯୮.୮୦, ଆୟୁଷ୍ମାନ ଦାସ ୯୮.୪୦ ଦ୍ଵିତୀୟ ଓ ଶ୍ରୀ ଅର୍ପିତା ବେହେରା ୯୮.୨୦ ପ୍ରତିଶତ ରଖି ତୃତୀୟ ସ୍ଥାନ ଅଧିକାର କରିଛନ୍ତି । ଅନ୍ୟ ମାନଙ୍କ ମଧ୍ୟରେ ୯୮ ପ୍ରତିଶତରେ ୪ ଜଣ, ୯୭ରେ ୮ଜଣ, ୯୬ରେ ୨୧ଜଣ, ୯୫ ରେ ୩୦ ଜଣ, ୯୦ରେ ୮୩ ଜଣ, ୮୦ରେ ୧୩୭ ଜନ, ୬୦ ପ୍ରତିଶତ ମାର୍କ ରଖି ଦୁଇଶହ ଜଣ ଛାତ୍ରଛାତ୍ରୀ ଉତ୍ତୀର୍ଣ୍ଣ ହୋଇଛନ୍ତି ।
ସେହିପରି ଦ୍ଵାଦଶ ଶ୍ରେଣୀ ଯୁକ୍ତଦୁଇ ବିଜ୍ଞାନ ପରୀକ୍ଷାରେ ୯୭ ପ୍ରତିଶତ ମାର୍କ ରଖି ବର୍ଣ୍ଣିକା ବୈସ୍ୟରାଜୁ ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ, ନିଷ୍ଠା ନିହାରିକା ୯୬.୫ ରଖି ଦ୍ଵିତୀୟ, ଓ ଆଶିଷ ପିତରସ ୯୬.୨୫ ପ୍ରତିଶତ ମାର୍କ ରଖି ତୃତୀୟ ସ୍ଥାନ ଅଧିକାର କରିଛନ୍ତି। ଅନ୍ୟ ମାନଙ୍କ ମଧ୍ୟରେ ୯୭ ପ୍ରତିଶତ ମାର୍କରେ ଜଣେ, ୯୬ରେ ୪ଜଣ, ୯୫ରେ ୬ଜଣ, ୯୦ରେ ୩୪ଜଣ, ୮୦ରେ ୬୩ଜଣ, ୭୦ରେ ୯୯ଜଣ, ୬୦ରେ ୧୨୦ଜଣ ଛାତ୍ରଛାତ୍ରୀ ଉତ୍ତୀର୍ଣ୍ଣ ହୋଇଛନ୍ତି । ତେବେ ଛାତ୍ରଛାତ୍ରୀଙ୍କ ଏହି ଭଳି ସଫଳତା ହାସଲ ପାଇଁ ସେମାନେ ସ୍କୁଲର ଅଧ୍ୟକ୍ଷଙ୍କ ସମେତ ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ଓ ଅଭିଭାବକ ମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଏବଂ ଅଭିଭାବକ ମାନେ ମଧ୍ୟ ସ୍କୁଲର ଅଧ୍ୟକ୍ଷଙ୍କ ସମେତ ଉପାଧ୍ୟକ୍ଷ ଭିମଲ୍ ଖାଖା ସିଏମ ଓ ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କୁ ସାଧୁବାଦ ଜଣାଇଛନ୍ତି।