ବଲିଉଡ଼ ଅଭିନେତ୍ରୀ ଜିୟା ଖାଁ ମୃତ୍ୟୁ ମାମଲା: ସୂରଜ ପଞ୍ଚୋଲି ଦୋଷମୁକ୍ତ

ବଲିଉଡ଼ ଅଭିନେତ୍ରୀ ଜିୟା ଖାନ୍ ଆତ୍ମହତ୍ୟା ମାମଲା । ପ୍ରାୟ ୧୦ ବର୍ଷ ପରେ , ବଲିଉଡ ଅଭିନେତ୍ରୀ ଜିଆ ଖାନଙ୍କ ମୃତ୍ୟୁ ମାମଲାରେ କୋର୍ଟ  ରାୟ ପ୍ରକାଶ କରିଛନ୍ତି । ଜୁନ୍ ୩,୨୦୧୩ ରେ,ଜିଆ ଖାନଙ୍କ ମୃତଦେହ ତାଙ୍କ ମୁମ୍ବାଇ ସ୍ଥିତ ତାଙ୍କ ବାସଭବନରୁ ଉଦ୍ଧାର କରାଯାଇଥିଲା।  ଏବଂ ମୃତଦେହ ନିକଟରୁ ୬ ପୃଷ୍ଠାର ଆତ୍ମହତ୍ୟା ନୋଟ୍ ମଧ୍ୟ ପୋଲିସ୍ ପାଇଥିଲା । ଜିଆଙ୍କ ଆତ୍ମହତ୍ୟା ମାମଲାରେ ପୋଲିସ୍ ଜିଆଙ୍କ ପ୍ରେମିକ ତଥା ଅଭିନେତା ସୂରଜ ପାଞ୍ଚୋଲିଙ୍କୁ ଗିରଫ କରିଥିଲା। ତେବେ, ଆଜି ଏହି ମାମଲାର ରାୟ ଶୁଣାଇଛନ୍ତି କୋର୍ଟ । ଏହି ମାମଲାରେ କୋର୍ଟ ଜିୟାଙ୍କ ପ୍ରେମିକ ସୂରଜ ପାଞ୍ଚୋଲିଙ୍କୁ ନିର୍ଦ୍ଦୋଷରେ ଖଲାସ୍ କରିଛନ୍ତି ।