ଖଲ୍ଲିକୋଟ, (ଦେବାଶିଷ):ଖଲ୍ଲିକୋଟ ଅବକାରୀ ବିଭାଗ, ଷ୍ଟ୍ରାଇକିଙ୍ଗ ଫୋର୍ସ ଏଵଂ ଛତ୍ରପୁର ସଦର ରେଞ୍ଜ ପକ୍ଷରୁ ଦୁଇଟି ସ୍ଥାନରେ ଚଢ଼ାଉ କରାଯାଇ ବିପୁଳ ପରିମାଣରେ ମଦ ଜବତ କରିବା ସହ ଗୋଟିଏ ଇଣ୍ଡିକା ଓ ଗୋଟିଏ ଅଟୋ କୁ ଜବତ କରାଯାଇଛି | ଏଥିରେ ଗିରଫ ଅଭିଯୁକ୍ତ ମାନେ ହେଲେ ଆକାଶ ମଲିକ ଏଵଂ ନିଲୁ ମୁନି | ଆକାଶ ମଲିକ ଙ୍କ ନିକଟରୁ 400 ଲିଟର ଦେଶୀ ମଦ ଏଵଂ ଅଟୋ ଜବତ ହୋଇଥିବା ବେଳେ ନିଲୁ ମୁନି ଙ୍କ ନିକଟରୁ 600ଲିଟର ଦେଶୀ ମଦ ଜବତ ଏଵଂ ଗୋଟେ ଇଣ୍ଡିକା ଗାଡି ଜବତ କରାଯାଇଛି |
ଏହି ଚଢ଼ାଉ ରେ ଆଇ.ଇ ବାଳକ ବିଶି,ଏସଆଇ ରବୀନ୍ଦ୍ର ନାଥ ବିଶ୍ୱାଳ, ଛତ୍ରପୁର ଏଏସଆଇ ସନ୍ତୋଷ ରେଡି ଙ୍କ ସମେତ ପର୍ଶୁରାମ ରେଡି,ଅନନ୍ତ କହ୍ନର,ଅଞ୍ଜନ କୁମାର ଦାସ,କାଁହୁଚରଣ ନାହାକ,ମନୋଜ ଲେଙ୍କା ପ୍ରମୁଖ ସାମିଲ ଥିଲେ | ଅବକାରୀ ବିଭାଗ କେଶ ନମ୍ବର 166/23 ଏଵଂ ଛତ୍ରପୁର ସଦର ରେଞ୍ଜ କେଶ ନମ୍ବର 55/23-24 ରେ ଦୁଇଟି ମାମଲା ରୁଜୁ କରାଯାଇ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି |