ରାଜ୍ୟରେ ବଢୁଛି ସିଜରିଆନ୍ ଡେଲିଭରୀ : ଚିନ୍ତା ପ୍ରକଟ କଲା ସ୍ୱାସ୍ଥ୍ୟ ବିଭାଗ

ରାଜ୍ୟର ଘରୋଇ ହାସପାତାଳ ଗୁଡ଼ିକରେ ବଢ଼ୁଛି ସିଜରିଆନ୍ ଡେଲିଭରୀ । ଯାହାକୁ ନେଇ ଚିନ୍ତା ପ୍ରକଟ କରିଛି ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ । ଏନେଇ ଅଡିଟ୍ ପାଇଁ ସମସ୍ତ ସିଡିଏମଓକୁ ଚିଠି ଲେଖିଛି ପରିବାର କଲ୍ୟାଣ ବିଭାଗ । ନିୟମ ମାନି ଘରୋଇ ହାସପାତାଳ ଗୁଡ଼ିକରେ ସିଜରିଆନ୍ ଡେଲିଭରି କରୁଛନ୍ତି ନା ନିୟମ ବାହାରକୁ ଯାଇ ସିଜରିଆନ୍ ଡେଲିଭରି କରୁଛନ୍ତି ,ତାହାର କରାଯିବ ଅଡ଼ିଟ୍ । ଆସନ୍ତା ମେ ୧ ତାରିଖରୁ ଆରମ୍ଭ ହେବ ଏହି ଅଡ଼ିଟ୍ ପ୍ରକ୍ରିୟା । ଯେଉଁ ଘରୋଇ ହାସପାତାଳ ସିଜରିଆନ୍ ଡେଲିଭରି କରୁଛନ୍ତି କାହିଁକି କରୁଛନ୍ତି ସେନେଇ ସିଡ଼ିଏମଓଙ୍କୁ ରିପୋର୍ଟ ଦେବେ ଏଡ଼ିଏମଓ । ଅଡ଼ିଟ୍ ପାଇଁ ନୋଡ଼ାଲ ଅଫିସରଙ୍କୁ କରାଯାଇଛି ନିଯୁକ୍ତ । ଯେଉଁମାନେ ନିୟମ ବାହାରକୁ ଯାଇ ସିଜରିଆନ୍ ଡ଼େଲିଭରି କରୁଛନ୍ତି ସେମାନଙ୍କ କଥା ବିଚାରକୁ ନିୟାଯିବ ବୋଲି କହିଛନ୍ତି ପରିବାର କଲ୍ୟାଣ ବିଭାଗର ନିର୍ଦ୍ଦେଶକ ।