ପବିତ୍ର ବଡ ଓଷା ପାଇଁ ପ୍ରସ୍ତୁତି ବୈଠକ । ଆଠଗଡ଼ରେ ପଂଚକ ବ୍ରତ ଓ ବଡ଼ ଓଷା ପାଇଁ ପ୍ରଶାସିନର ପ୍ରସ୍ତୁତି ବୈଠକ ଅନୁୁଷ୍ଠିତ । ଧବଳେଶ୍ୱର ପୀଠରେ କଟକ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ବୈଠକ ବସିଥିଲା । ନଭେମ୍ବର ୨୫ରେ ଧବଳେଶ୍ୱରଙ୍କ ପୀଠରେ ପାଳନ ହେବ ବଡ଼ଓଷା । ୨୫ ମଧ୍ୟରାତ୍ରୀରେ ଲାଗିହେବ ଗଜଭୋଗ ଏବଂ ୨୬ ଭୋରରେ ବିତରଣ ହେବ । ସେହିପରି ନଭେମ୍ବର ୨୭ ସକାଳେ ଡଙ୍ଗାଭସା ସହ ସମ୍ପନ୍ନ ହେବ କାର୍ତ୍ତିକ ବ୍ରତ । ଯେହେତୁ ଏହି ସମରେ ଧବଳେଶ୍ୱର ପୀଠରେ ଭକ୍ତଙ୍କ ଭିଡି ପରିଲକ୍ଷତି ହୋଇଥାଏ । ତେବେ କିପରି ଭିଡ ନିୟନ୍ତ୍ରଣ ହେବେ ଶାନ୍ତି ଶୃଙ୍ଖଳାକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯିବ ।