ଆସିକା ୦୩/୧୦- ଆସିକା ବ୍ଲକ ଖାରିଆ ପଞ୍ଚାୟତ ଖାରିଆ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ ବରିଷ୍ଠ ବିଜେଡି ନେତା ତଥା ସମାଜସେବୀ ଭଗବାନ ସାହୁ ଙ୍କ ଦ୍ୱାରା ବିଦ୍ୟାଳୟ ଛାତ୍ର ଛାତ୍ରୀ ମାନଙ୍କୁ ହାଉସ ଡ୍ରେସ ବଣ୍ଟନ କରାଯାଇଛି l ପ୍ରକାଶ ଥାଉକି ଆସିକା ବ୍ଲକ ଖାରିଆ ପଞ୍ଚାୟତ ଖାରିଆ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ ବିଦ୍ୟାଳୟ ରେ ଅଧ୍ୟୟନରତ ଛାତ୍ର ଛାତ୍ରୀଙ୍କୁ ପୋଷାକ ବଣ୍ଟନ କାର୍ଯ୍ୟକ୍ରମ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ସାରଙ୍ଗ ଧର ଦାସ ଙ୍କ ସଂଯୋଜନା ରେ ଅନୁଷ୍ଠିତ ହୋଇଥିଲା l
ଏହି ଅବସରରେ ବରିଷ୍ଠ ବିଜେଡି ନେତା ତଥା ସମାଜସେବୀ ଭଗବାନ ସାହୁ ମୁଖ୍ୟ ଅତିଥି ଭାବେ ପ୍ରଦୀପ ପ୍ରଜ୍ବଳନ କରି ଏହି କାର୍ଯ୍ୟକ୍ରମ ଆରମ୍ଭ କରିଥିଲା ବେଳେ ସମ୍ମାନିତ ଅତିଥି ଭାବେ ଖାରିଆ ପଞ୍ଚାୟତ ସମିତି ସଭ୍ୟା ପ୍ରତିନିଧି ଦିଲ୍ଲୀପ କୁମାର ନାହାକ,ବିଦ୍ୟାଳୟ ପରିଚାଳନା ସଭାପତି ସୁଶାନ୍ତ ମହାନ୍ତି,ପୂର୍ବତନ ସଭାପତିପ୍ରଦୀପ କୁମାର ଜେନା,ଖାରିଆ ଗ୍ରାମ ସଭାପତି ଶରତ ଜେନା ପ୍ରମୁଖ ଉପସ୍ଥିତ ରହି ବିଦ୍ୟାଳୟ ରେ ଅଧ୍ୟୟନରତ ୨୦୨ଜଣ ଛାତ୍ରୀ ୧୫୮ ଜଣ ଛାତ୍ର ଏହିପରି ମୋଟ ୩୬୦ ଜଣ ଛାତ୍ର ଛାତ୍ରୀ ଆଜି ହାଉସ ଡ୍ରେସ, ଟି ସାର୍ଟ, ଟ୍ରାକ ପ୍ୟାଣ୍ଟ, ଟୋପି ବଣ୍ଟନ କରାଯାଇଛି l ଏହି ପୋଷାକ କୁ ଛାତ୍ର ଛାତ୍ରୀ ମାନେ ଗୁରୁବାର ଓ ଶନିବାର ଦୁଇ ଦିନ ପିନ୍ଧିବେ l ଯାହା ଦ୍ୱାରା ଶିଶୁ ମାନଙ୍କ ମଧ୍ୟରେ ପ୍ରତିଯୋଗିତା ମୂଳକ ମନୋଭାବ ସୃଷ୍ଟି ସହ ଏକ ଶୈକ୍ଷିକ ବାତାବରଣ ସୃଷ୍ଟି ହେବ l ଏହି ଅବସରରେ ବିଦ୍ୟାଳୟ ସମସ୍ତ ଶିକ୍ଷକ, ଶିକ୍ଷୟତ୍ରୀ, ପରିଚାଳନା କମିଟି ସଭ୍ୟ ସଭ୍ୟା, ଅବିଭାବକ ମଧ୍ୟ ଉପସ୍ଥିତ ଥିଲେ