ସୋମବାର ଦିନ କରନ୍ତୁ ଏହି ସବୁ ଉପାୟ : ଦୂର ହେବ ସମସ୍ୟା, ଜୀବନରେ ଆସିବ ବଡ଼ ପରିବର୍ତ୍ତନ

ସପ୍ତାହର ପ୍ରତ୍ୟେକଦିନ କୌଣସି ନ କୌଣସି ଦେବତା ବା ଦେବୀଙ୍କୁ ସମର୍ପିତ ଅଟେ। ସୋମବାର ଦିନ ଭଗବାନ ଶିବଙ୍କୁ ସମର୍ପିତ କରାଯାଇଛି। ଭଗବାନ ଶିବ ସନ୍ତୁଷ୍ଟ ହେଲେ ବ୍ୟକ୍ତିର ଭାଗ୍ୟ ବଦଳି ଯାଇଥାଏ। ଶାସ୍ତ୍ର ଅନୁସାରେ ପ୍ରତ୍ୟେକ ଦିନର ଅଲଗା ଅଲଗା ମହତ୍ତ୍ଵ ରହିଛି। ସୋମବାର ଦିନ ଭଗବାନ ଶିବଙ୍କ ପାଖରେ କିଛି ବିଶେଷ ଉପାୟ କରିବା ଦ୍ୱାରା ଆର୍ଥିକ ପରିସ୍ଥିତି ସୁଦୃଢ ହୋଇଥାଏ ଏବଂ ସୁଖଶାନ୍ତି ପ୍ରାପ୍ତ ହୋଇଥାଏ। ତେବେ ଆସନ୍ତୁ ସେହି ଉପାୟ ଗୁଡ଼ିକ ବିଷୟରେ ବିସ୍ତାର ରୂପରେ ଜାଣିବା।

୧/ ଧନ ସମ୍ବନ୍ଧୀୟ ସମସ୍ୟା ଦୂର କରିବା ପାଇଁ :

ଯଦି ଆପଣ କଠିନ ପରିଶ୍ରମ କରି ମଧ୍ୟ ଅଭାବ ଅନଟନ ଭିତରେ ରହୁଛନ୍ତି, ତାହେଲେ ସୋମବାର ସନ୍ଧ୍ୟା ସମୟରେ ଶିବଲିଙ୍ଗ ନିକଟରେ ଘିଅର ଦୀପ ପ୍ରଜ୍ବଳନ କରନ୍ତୁ।ଏହି ଉପାୟ ଆପଣ ୪୧ ଦିନ ପର୍ଯ୍ୟନ୍ତ କରନ୍ତୁ। ଦେଖିବେ ଖୁବ୍ ଶୀଘ୍ର ଆପଣଙ୍କୁ ଭଗବାନ ଶିବଙ୍କ କୃପା ଦୃଷ୍ଟି ପ୍ରାପ୍ତ ହେବ। ଏହାସହିତ ଆପଣଙ୍କ ଭାଗ୍ୟ ପରିବର୍ତ୍ତନ ହୋଇଯିବ।

୨/ କାର୍ଯ୍ୟରେ ସଫଳତା ପାଇବା ପାଇଁ :

ଯଦି ଆପଣ କାର୍ଯ୍ୟକ୍ଷେତ୍ରରେ କଠିନ ପରିଶ୍ରମ କରି ମଧ୍ୟ ଆଶାନୁରୂପ ସଫଳତା ହାସଲ କରି ପାରୁ ନାହାଁନ୍ତି, ତାହେଲେ ପ୍ରତ୍ୟେକ ସୋମବାର ଦିନ ବେଲପତ୍ର, ମହୁ, ଅର୍କ, ଦହିରେ ଶିବଲିଙ୍ଗ ଉପରେ ଅଭିଷେକ କରନ୍ତୁ। ଦେଖିବେ ପ୍ରଭୁ ଭୋଳା ଶଙ୍କର ଖୁବ୍ ଶୀଘ୍ର ସୋଷ୍ଣଙ୍କର ସମସ୍ତ ଅଭିଳାଷା ପୂରଣ କରିବେ।

୩/ ଚାକିରି ଓ ବ୍ୟବସାୟ କ୍ଷେତ୍ରରେ ବାଧା ଦୂର କରିବା ପାଇଁ :

ଯଦି ଆପଣ ଚାକିରି ବା ବ୍ୟବସାୟ କରୁଛନ୍ତି, ସେଥିରେ ଆପଣଙ୍କର ପଦୋନ୍ନତୀ ହେଉନାହିଁ ବା ବ୍ୟବସାୟରେ ଲାଭ ଉଠାଇ ପାରୁ ନାହାନ୍ତି, ତାହେଲେ ପ୍ରତ୍ୟେକ ସୋମବାର ଦିନ ଶିବଲିଙ୍ଗ ଉପରେ ମହୁର ଅଭିଷେକ କରନ୍ତୁ। ଦେଖିବେ ଆପଣଙ୍କ ଜୀବନରେ ସମସ୍ତ ସମସ୍ୟା ଦୂର ହୋଇଯିବ।

୪/ ପିତୃଦୋଷରୁ ମୁକ୍ତି ପାଇବା ପାଇଁ :

କିଛି ଲୋକଙ୍କ କୁଣ୍ଡଳୀରେ ପିତୃଦୋଷ ରହିଥାଏ। ପିତୃଦୋଷ ରହିଲେ, ଜୀବନରେ ଅନେକ ସମସ୍ୟା ସୃଷ୍ଟି ହୋଇଥାଏ ଏବଂ ଅଭାବ ଅନଟନ ମଧ୍ୟ ଦେଖା ଦେଇଥାଏ। ତେବେ ଏହି ପିତୃଦୋଷରୁ ମୁକ୍ତି ପାଇବା ପାଇଁ ପ୍ରତ୍ୟେକ ସୋମବାର ଦିନ ଗୋଟା ଚାଉଳ ଓ କଳା ରାଶି ଦାନ କରନ୍ତୁ। ଦେଖିବେ ଘରର ଅଶାନ୍ତି ମଧ୍ୟ ଦୂର ହୋଇଯିବ।