ନମସ୍କାର ବନ୍ଧୁଗଣ ତେବେ ଗୁରୁବାରଟି ମା ଲକ୍ଷ୍ମୀଙ୍କ ବାର ଅଟେ ତେଣୁ ଏହି ଗୁରୁବାର ଦିନ ମା ଲକ୍ଷ୍ମୀଙ୍କୁ ପ୍ରସନ୍ନ ରଖିଲେ ଅନେକ ସୁଫଳ ପ୍ରାପ୍ତି ହେବ ଏବଂ ଧନ ପ୍ରାପ୍ତି ମଧ୍ୟ ହେବ । ଗୁରୁବାର ଦିନ କେଉଁ କାର୍ଯ୍ୟ ସବୁ କଲେ ଘରେ ଧନ ବୃଦ୍ଧି ହେବ କିଭଳି ମା ଲକ୍ଷ୍ମୀଙ୍କ କୃପା ଆପଣଙ୍କ ଉପରେ ରହିବ ଜାଣନ୍ତୁ । ତେବେ ଆସନ୍ତୁ ଆଜି ଜାଣିବା ଗୁରୁବାର କେଉଁ କାମ କରିବା ଦରକାର । ଗୁରୁବାରଟି ହେଉଛି ବୃହସ୍ପତି ବାର ଏବଂ ବିଷ୍ଣୁଙ୍କର ବାର ମଧ୍ୟ । ଏହି ଦେବତା ଧନ ଓ ଐଶ୍ଵଯ୍ୟ ର ଅଧିକାରୀ ଅଟନ୍ତି ।

ତେବେ ଏହି ଦୁଇ ମହାଶକ୍ତିଙ୍କ କୃପା ପାଇବା ପାଇଁ ଗୁରୁବାରଟି ଅତ୍ୟନ୍ତ ଶୁଭ ଅଟେ । ଗୋଟିଏ ସରଳ ଉପାୟ ଜାଣନ୍ତୁ ଯାହା ଦ୍ଵାରା ଆପଣଙ୍କର ସମସ୍ତ ସମସ୍ଯା ଦୂର ହୋଇଯିବ । ପ୍ରଥମ ଉପାୟ ଟି ହେଉଛି, ଆପଣ ଯେତେବେଳେ ସ୍ନାନ କରୁଛନ୍ତି ତେବେ ହଳଦୀ ମିଶାଇ ସ୍ନାନ କରନ୍ତୁ । ଏହା କରିବା ଦ୍ଵାରା ସମସ୍ତ ପ୍ରକାର ସମସ୍ୟା ଦୂର ହୋଇଥାଏ । ଏହି ହଳଦୀ ପାଣି ଗୁରୁଙ୍କୁ ପ୍ରଭାବିତ କରିଥାଏ ।
ତେବେ ସ୍ୱାସ୍ଥ୍ୟ ସମସ୍ୟା ଧନ ସମସ୍ୟା ଏବଂ ଦୁଶ୍ଚିନ୍ତା ମାନ ଦୂର ହୋଇଥାଏ ଏହାକୁ ପ୍ରତି ଗୁରୁବାର ଦିନ ନିଶ୍ଚୟ କରନ୍ତୁ । ଦିତୀୟ ଉପାୟଟି ହେଉଛି, ହଳଦୀ ରଙ୍ଗର ଫୁଲ ବିଷ୍ଣୁ ଭଗବାନଙ୍କୁ କିମ୍ବା ବୃହସ୍ପତିଙ୍କୁ ଗୁରୁବାର ଦିନ ଅର୍ପଣ କରନ୍ତୁ । କାରଣ ଏହି ହଳଦୀ ରଙ୍ଗର ଫୁଲ ଦ୍ଵାରା ଭଗବାନ ବିଷ୍ଣୁ ଓ ବୃହସ୍ପତି ଅକର୍ଶ୍ରିତ ହୁଅନ୍ତି । ତୃତୀୟ ଉପାୟଟି ହେଉଛି କିଛି ହଳଦୀ ନେଇ ଓସ୍ତ ଗଛ ମୂଳରେ ଅର୍ପଣ କରନ୍ତୁ । ଏହାପରେ ଆପଣଙ୍କ ମନରେ ଯେଉଁ ଇଚ୍ଛା ଅଛି ତାହା ସବୁ ପ୍ରଥନା କରି ଜଣାନ୍ତୁ । ନିଶ୍ଚୟ ସେହି ସମସ୍ତ ଇଚ୍ଛା ପୂରଣ ହୋଇଯିବା । ଘରେ ଯେଉଁ ସମସ୍ୟା ଥିବ ତାକୁ ଜଣାନ୍ତୁ ଧନର ସମସ୍ଯା ଥିଲେ ମଧ୍ୟ ଜଣାନ୍ତୁ ।

କରଜ ଥିଲେ କରଜରୁ ମୁକ୍ତି ପାଇବା ପାଇଁ ପ୍ରାଥନା କରି ଜଣାନ୍ତୁ । ଏହି ସମସ୍ତ ପ୍ରକାର ଇଛାର ପୂରଣ ପାଇଁ ପ୍ରାଥନା କରନ୍ତୁ ଦେଖିବେ ସମସ୍ତ ଇଚ୍ଛା ଆପଣଙ୍କର ପୂରଣ ହେବ । ଚତୁର୍ଥ ଉପାୟ ଟି ହେଉଛି ହଳଦୀ ଗଣ୍ଠିକୁ ସୂତାରେ ମାଳ କରନ୍ତୁ ଏବଂ ଘରର ମୁଖ୍ୟ ଦ୍ଵାରରେ ଟାଙ୍ଗୀ ଦିଅନ୍ତୁ । ଏହା ସବୁ କରିବା ଦ୍ଵାରା ସେହିଦିନ ଠାରୁ ମାତା ଲକ୍ଷ୍ମୀ ସ୍ଥାଇ ରୂପେ ଆପଣଙ୍କ ଘରେ ବାସ କରିବେ ।
ତେବେ ଏବେ ଜାଣନ୍ତୁ ଏକ ରତ୍ନ ବିଷୟରେ, ବୃହସ୍ପତିଙ୍କୁ ସନ୍ତୁଷ୍ଟ କରିବା ପାଇଁ ଆପଣ ପୋଖରାଜ ଧାରଣ କରନ୍ତୁ, ୩ରୁ ୫ ଗ୍ରାମ୍ ପର୍ଯ୍ୟନ୍ତ ବ୍ୟବହାର କରିପାରିବେ । ଏହାକୁ ରୂପା କିମ୍ବା ସୁନା ଦ୍ଵାରା ମଧ୍ୟ ବ୍ୟବହାର କରିପାରିବେ । ଏହାକୁ ବ୍ୟବହାର କରିବା ଦ୍ଵାରା ଆପଣଙ୍କର ସବୁ କ୍ଷେତ୍ରରେ ଉନ୍ନତି ହୋଇଥାଏ । ଏବଂ ବ୍ୟକ୍ତି ଧନବାନ ହୋଇଯାଏ ।