ଶନି ଦଶାରୁ ମୁକ୍ତି ଲାଗି ଶନିବାର ଦିନ କରନ୍ତୁ ଏହି କାର୍ଯ୍ୟ, ବଦଳିବ ଭାଗ୍ୟ

ଭୁବନେଶ୍ୱର:ଶନିବାର ଦିନ ଶନି ଦେବଙ୍କୁ ପୂଜା କରାଯାଏ । ଶନିବାର ନ୍ୟାୟର ଦେବତା ଶନି ଦେବଙ୍କ ଲାଗି ସମର୍ପିତ । ମାନ୍ୟତା ରହିଛି ଯେ, ଶନି ଦେବ ପ୍ରତ୍ୟକ ମଣିଷକୁ ତାର କର୍ମ ଅନୁସାରେ ଫଳ ପ୍ରଦାନ କରନ୍ତି । ଧାର୍ମିକ ବିଶ୍ୱାସ ରହିଛି ଯେ, ଶନି ଦେବ ସନ୍ତୁଷ୍ଟ ହେଲେ ମଣିଷର ଭାଗ୍ୟପରିବର୍ତ୍ତନ ହେବାରେ ବେଶି ସମୟ ଲାଗେ ନାହିଁ ।

ସେହିପରି ଯଦି ଶନି ରୋଷ କଲେ ବା ଅସନ୍ତୁଷ୍ଟ ହେଲେ ତେବେ ବ୍ୟକ୍ତିକୁ ନିଜ ଜୀବନରେ ଖୁବ ସଙ୍ଘର୍ଷ କରିବା ପାଇଁ ପଡିଥାଏ, ସହଜରେ କୌଣସି କାର୍ଯ୍ୟରେ ସଫଳତା ମିଳିନଥାଏ ଏପରିକି ଜୀବନରେ ନାନା ଅସୁବିଧାର ସମ୍ମୁଖୀନ ହେବା ପାଇଁ ପଡିଥାଏ । ଜ୍ୟୋତିଷ ଶାସ୍ତ୍ରରେ ଶନି ଦେବଙ୍କୁ ଶାନ୍ତ ରଖିବା ପାଇଁ ଅନେକ ପଦକ୍ଷେପ ରହିଛି । ଶନିବାର ଦିନ ଏହି କାର୍ଯ୍ୟକରନ୍ତୁ ଭଗବାନ ଶନି ଦେବଙ୍କ କୃପା ଲାଭ କରନ୍ତୁ ।

ଶନିବାର ଦିନ କରନ୍ତୁ ଏହି କାର୍ଯ୍ୟ

  • ହିନ୍ଦୁ ଧର୍ମରେ ଓସ୍ତ ଗଛକୁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବିବେଚନା କରାଯାଇଛି। ଶାସ୍ତ୍ର ଅନୁଯାୟୀ ସମସ୍ତ ଦେବତା ଏବଂ ପିତୃପୁରୁଷ ଏହି ଗଛରେ ବାସ କରନ୍ତି । ବିଶେଷକରି ଶନିଙ୍କୁ ଶାନ୍ତ କରିବା ପାଇଁ ଓସ୍ତ ଗଛକୁ ପୂଜାର୍ଚ୍ଚନା କରନ୍ତୁ । ଶନିଙ୍କ କୃପାଲାଭ କରିବା ପାଇଁ ଶନିବାର ଦିନ ଓସ୍ତ ଗଛ ମୂଳରେ ପୂଜର୍ଚ୍ଚନା କରନ୍ତୁ ।

  • ପ୍ରତି ଶନିବାର ଦିନ ଓସ୍ତ ଗଛ ତଳେ ଏକ ଦୀପ ଜଳାନ୍ତୁ ଏବଂ ହନୁମାନ ଚାଳିସା ପାଠ କରନ୍ତୁ । ଏହି ପ୍ରତିକାର କରିବା ଦ୍ୱାରା ଶନିଙ୍କ କୃପା ଲାଭ କରିବା ସହ ଜୀବନରେ ସୁଖ-ସମୃଦ୍ଧିର ବୃଦ୍ଧି ହୋଇଥାଏ ।

  • ବ୍ରହ୍ମା ପୁରାଣ ଅନୁଯାୟୀ, ଶନିବାର ଦିନ ସମସ୍ତ କାର୍ଯ୍ୟ କେବଳ ଓସ୍ତ ଗଛର ସ୍ପର୍ଶ ଦ୍ୱାରା ସମ୍ପନ୍ନ ହୋଇଥାଏ । ଏହି ଦିନ, ଦୁଇ ହାତରେ ଓସ୍ତ ଗଛକୁ ଛୁଇଁ ଏହି ଗଛ ମୂଳରେ ଜଳ ପ୍ରଦାନ କରନ୍ତୁ ।

  • ଶନି ଦେବଙ୍କ କୃପା ଲାଭ କରିବା ପାଇଁ ହେଲେ ଶନିବାର ସକାଳେ ବା ସଂଧ୍ୟାରେ ଓସ୍ତ ଗଛ ମୂଳରେ କଳା ତେଲ ଅର୍ପଣ କରନ୍ତୁ ଏବଂ ଧୂପ ଜଳାଇ ଏହାକୁ ସାତଥର ବୁଲାନ୍ତୁ । ବିଶ୍ୱାସ କରାଯାଏ ଯେ, ସଂଧ୍ୟାରେ ଓସ୍ତ ଗଛ ତଳେ ଏକ ସୋରିଷ ତେଲ ଦୀପ ଜାଳିବା ଦ୍ୱାରା ଶନି ପୀଡ଼ା ଦୂର ହୋଇଥାଏ ।

  • ଯଦି ରାଶିରେ ଶନି ଦୋଷ ଅଛି, ତେବେ ପ୍ରତି ଶନିବାର ଦିନ ଓସ୍ତ ଗଛକୁ ପୂଜା କରନ୍ତୁ । ଏହା ଘରର ଖରାପ ପ୍ରଭାବକୁ ଦୂର କରିଥାଏ । ଶାସ୍ତ୍ର ଅନୁଯାୟୀ,ପଶ୍ଚିମ ଦିଗରେ ଥିବା ଓସ୍ତ ଗଛକୁ ଜଳ ପ୍ରଦାନ କଲେ ଶନି ଦୋଷ ଶାନ୍ତ ହୋଇଥାଏ ।