ବୁଧବାର ଦିନ ଏପରି କରନ୍ତୁ ଗଜାନନଙ୍କ ପୂଜା, ଜୀବନରେ ଭରିଯିବ ସୁଖ-ସମୃଦ୍ଧି

ହିନ୍ଦୁ ଶାସ୍ତ୍ର ଅନୁସାରେ ସପ୍ତାହର ସାତ ଦିନ ମଧ୍ୟରେ ପ୍ରତ୍ୟେକ ଦିନ ବାର ଅନୁଯାୟୀ ଭିନ୍ନ ଭିନ୍ନ ଠାକୁରଙ୍କ ପୂଜା କରାଯାଇଥାଏ। ସେହିପରି ବୁଧବାର ଦିନ ଭଗବାନ ଗଣେଶଙ୍କୁ ପୂଜା କରାଯାଏ । ହିନ୍ଦୁ ଧର୍ମର ସମସ୍ତ ଦେବତାମାନଙ୍କ ମଧ୍ୟରେ ଭଗବାନ ଗଣେଶ ହେଉଛନ୍ତି ଅଗ୍ରପୂଜ୍ୟ। ଏନେଇ ପ୍ରତ୍ୟେକ ପୂଜା କାର୍ଯ୍ୟରେ ପ୍ରଥମେ ବିନାୟକଙ୍କ ପୂଜା କରାଯାଏ।

ବୁଧବାର ଦିନଟି ଭଗବାନ ଗଣେଶଙ୍କ ପାଇଁ ବିଶେଷ ଉତ୍ସର୍ଗୀକୃତ। ଭଗବାନ ଗଣେଶ ଏହି ଦିନ ରୀତିନୀତି ଅନୁଯାୟୀ ପୂଜାରେ ସନ୍ତୁଷ୍ଟ ହୁଅନ୍ତି। ଏହି ଦିନ ଗଣେଶଙ୍କୁ ପୂଜା କରିବା ଦ୍ୱାରା ଜୀବନରେ ସୁଖ, ସମୃଦ୍ଧି, ପ୍ରାପ୍ତ ହୋଇଥାଏ । ଭଗବାନ ଗଣେଶଙ୍କୁ ବିଘ୍ନହତା ରୂପେ ପୂଜା କରାଯାଏ । ସେହିପରି ଗଣେଶଙ୍କୁ ପୂଜା କରିବା ଦ୍ୱାରା ବାସ୍ତୁ ସମ୍ବନ୍ଧୀୟ ଦୋଷ ମଧ୍ୟ ଦୂରେଇ ଯାଇଥାଏ ।ତାଙ୍କ ଅନୁଗ୍ରହରେ ସମସ୍ତ ଅସୁବିଧା ଦୂର ହୁଏ। ଏପରିକି ଶାରୀରିକ, ମାନସିକ ଏବଂ ଆର୍ଥିକ ଅସୁବିଧାରେ ପୀଡିତ ଲୋକମାନେ ବୁଧବାର ଦିନ ଗଣେଶଙ୍କୁ ପୂଜା କରିବା ଦ୍ୱାରା ଅନେକ ଶୁଭ ଫଳ ମିଳିଥାଏ । ତେବେ ଆଜି ଆସନ୍ତୁ ଜାଣିବା ବୁଧବାର ଦିନ ଅସୁବିଧାରୁ ମୁକ୍ତି ପାଇବା ପାଇଁ ଗଣେଶଙ୍କୁ କିପରି ପୂଜା କରିବା।

ଭଗବାନ ଗଣେଶଙ୍କର ଦୁବ ଘାସ ଅତ୍ୟନ୍ତ ପ୍ରିୟ ହୋଇଥାଏ । ତେଣୁ ପ୍ରତ୍ୟେକ ବୁଧବାର ଦିନ ଭଗବାନ ଗଣେଶଙ୍କୁ ପୂଜା କରିବାବେଳେ ତାଙ୍କୁ ଦୁବ ଅର୍ପଣ କରନ୍ତୁ। ଏହା ଆପଣଙ୍କର ଆର୍ଥିକ ଅସୁବିଧା ଦୂର କରିବାରେ ସାହାଯ୍ୟ କରିଥାଏ।

ଯେଉଁମାନଙ୍କର ଜାତକରେ ବୁଧ ଦୁର୍ବଳ, ସେମାନେ ସର୍ବଦା ସବୁଜ ରଙ୍ଗର ରୁମାଲ ନିଜ ପାଖରେ ସାଇତି ରଖିବା ଉଚିତ୍। ଏଥିସହ ବୁଧବାର ଦିନ ସବୁଜ ରଙ୍ଗର ପୋଷାକ ପିନ୍ଧିବା ଶୁଭ ହୋଇଥାଏ ।

ସେହିପରି ଶାରୀରିକ ସମସ୍ୟାରୁ ମୁକ୍ତି ପାଇବା ପାଇଁ ବୁଧବାର ଦିନ ଜଣେ ଅଭାବୀ ବ୍ୟକ୍ତିଙ୍କୁ ମୁଗ ଡାଲି କିମ୍ବା ସବୁଜ ପୋଷାକ ଦାନ କରନ୍ତୁ।  ଏପରି କରିବା ଦ୍ୱାରା ସମସ୍ୟାରୁ ମୁକ୍ତି ପାଇ ପାରିବେ।

ଏହା ବିଶ୍ୱାସ କରାଯାଏ ଯେ ଯଦି ଆପଣ ଅର୍ଥନୈତିକ ପ୍ରଗତି ପାଇଁ ବୁଧବାର ଦିନ ଗାଈକୁ ଘାସ ଖାଇବାକୁ ଦିଅନ୍ତି। ତେବେ ଆପଣଙ୍କ ଜୀବନରେ ଆସୁଥିବା ସମସ୍ୟା ଦୂର ହେବା ସହ ଭଗବାନ ଗଣେଶଙ୍କ କୃପା ସର୍ବଦା ଆପଣଙ୍କ ଉପରେ ରହିବ।

ଏସବୁ ବ୍ୟତୀତ ଭଗବାନ ଗଣେଶଙ୍କର ସିନ୍ଦୂର ଅତ୍ୟନ୍ତ ପ୍ରିୟ ହୋଇଥାଏ। ତେଣୁ, ବୁଧବାର ଦିନ ପୂଜା କରିବାବେଳେ ଭଗବାନ ଗଣେଶଙ୍କୁ ସିନ୍ଦୁର ଅର୍ପଣ କରନ୍ତୁ ଏବଂ ସେହି ସିନ୍ଦୁରକୁ ଆପଣ ନିଜ କପାଳରେ ଲଗାନ୍ତୁ। ଏଥିସହ ଗଜାନନଙ୍କ ପାଖରେ ଲଢୁ ଭୋଗ କରନ୍ତୁ। ଏପରି ନିୟମ ପାଳନ କରିବା ଦ୍ୱାରା ସର୍ବଦା ଆପଣଙ୍କ ଉପରେ ଭଗବାନ ଗଣେଶଙ୍କ ଆଶୀର୍ବାଦ ରହିଥାଏ।