ଭୁବନେଶ୍ୱରରେ ହେବ କୁକୁର ଗଣନା; ଖୁବଶୀଘ୍ର ଦୈନିକ ୧୫୦ ବୁଲାକୁକୁରଙ୍କର ହେବ ବନ୍ଧ୍ୟାକରଣ

ତ୍ବରାନ୍ବିତ ହେବ ଭୂବନେଶ୍ୱର ମହାନଗର ନିଗମର ଏବିସି କାର୍ଯ୍ୟକ୍ରମ । ଦୈନିକ ଭୁବନେଶ୍ବରରେ କୁକୁର ଗଣନା ସହ ୧୫୦ କୁକୁରଙ୍କର ହେବ ବନ୍ଧ୍ୟାକରଣ । ସର୍ଭେ ପରେ ନିଆଯିବ ଆବଶ୍ୟକ ପଦକ୍ଷେପ । ଦିନକୁ ଦିନ କୁକୁରଙ୍କ ଦୌରାତ୍ମ୍ୟରେ ଲୋକଙ୍କ ଅସନ୍ତୋଷକୁ ଦୃଷ୍ଟିରେ ରଖି ପ୍ରଥମ ଥର ପାଇଁ ବିଏମସି ନେବାକୁ ଯାଉଛି ଏହି ବଡ଼ ପଦକ୍ଷେପ । ଏଥିପାଇଁ ମଞ୍ଚେଶ୍ବରରେ ଖୋଲିବ ଅତ୍ୟାଧୁନିକ ତଥା ବୃହତ ଷ୍ଟାରିଲାଇଜ୍ କେନ୍ଦ୍ର । ଯେଉଁଠି ଦୈନିକ ୧୫୦ କୁକୁରଙ୍କର ଏକା ସଙ୍ଗେ ହୋଇପାରିବ ବନ୍ଧ୍ୟାକରଣ । ଦେଢ ବର୍ଷ ମଧ୍ୟରେ କୁକୁରଙ୍କ ଜନ୍ମ ଉପରେ ନିୟନ୍ତ୍ରଣ ଲାଗିପାରିବ ବୋଲି ଲକ୍ଷ୍ୟ ରଖିଛି ବିଏମସି । ଏଥିପାଇଁ ମହାରାଷ୍ଟ୍ରର ଭାଟସ ଫର ଆନିମଲ ନାମକ ଏକ ଘରୋଇ ସଂସ୍ଥା ସହିତ ଚୁକ୍ତି ସ୍ବାକ୍ଷର କରିଛି ବିଏମସି । ପ୍ରତିଦିନ କୁକୁରଙ୍କୁ ଧରିବା, ବନ୍ଧ୍ୟାକରଣ କରିବା, ଟିକାକରଣ ଓ ଚିକିତ୍ସା ପାଇଁ ଖର୍ଚ୍ଚ ହେବ ୧ ହଜାର ୬୫୦ ଟଙ୍କା ।