ବ୍ରହ୍ମପୁର ସହରରୁ ଜବତ ହେଲା ନକଲି କସମେଟିକ୍ । ବ୍ରହ୍ମପୁର ଟାଉନ ଥାନା ଓ ବଡ଼ ବଜାର ଥାନା ପୋଲିସ ପକ୍ଷରୁ ମିଳିତ ଭାବେ ଚଢାଉ କରାଯାଇଥିଲା । ସୂଚନା ଅନୁସାରେ ସହରର ୫ଟି ଦୋକନରୁ ନକଲି କସମେଟିକ୍ ଜବତ କରାଯାଇଛି । ସହରର ବିଭିନ୍ନ ଦୋକାନ ଓ ସପିଂ ମଲରେ ଚଢାଉ କରି ବ୍ୟାପକ ପରିମାଣର ନକଲି କସମେଟିକ୍ ସାମଗ୍ରୀ ଜବତ କରାଯାଇଛି ।
ବ୍ରହ୍ମପୁର ସହରର ବିଭିନ୍ନ ସ୍ଥାନରେ ନକଲି କସମେଟିକ୍ ବିକ୍ରୀ ହେଉଥିବା ନେଇ ହିନ୍ଦୁସ୍ତାନ ଲିଭର କମ୍ପାନୀର କର୍ମଚାରୀଙ୍କ ପକ୍ଷରୁ ଥାନାରେ ଅଭିଯୋଗ ହୋଇଥିଲା । ଅଭିଯୋଗ ପରେ ଯାଞ୍ଚ କରି ପୋଲିସ ଚଢାଉ କରିଥିଲା । ଚଢ଼ାଉ ପରେ ବିକ୍ରୀ ହେଉଥିବା ନକଲି କସମେଟିକ୍ ଜବତ କରାଯାଇଛି ଯାହାର ଆନୁମାନିକ ମୂଲ୍ୟ ୧୦ ଲକ୍ଷ ଟଙ୍କା ହେବ ବୋଲି ପୋଲିସ ସୂଚନା ଦେଇଛି।