ପଛୁଆ ବର୍ଗ ସର୍ଭେ କାର୍ଯ୍ୟ ସଫଳ ପରିଚାଳନା ଏବଂ ଦୃତ ଅଗ୍ରଗତି ପାଇଁ ନୂଆଗାଁ ବ୍ଲକ୍ ବିଡ଼ିଓଙ୍କ ପ୍ରଚେଷ୍ଟା ଜାରି

ନୂଆଗାଁ: ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ୍ ରେ ଚାଲିଥିବା ପଛୁଆ ବର୍ଗ ପାଇଁ ବିଭିନ୍ନ ସର୍ଭେ କେନ୍ଦ୍ର ପରିଦର୍ଶନ କରିଛନ୍ତି ପଛୁଆବର୍ଗ କମିଶନର ରାଜ୍ୟ ପର୍ଯ୍ୟବେକ୍ଷକ ପ୍ରଦୀପ କୁମାର ନାୟକ ଏବଂ ନୂଆଗାଁ ବ୍ଲକ୍ ବିଡ଼ିଓ ସଚିଦା ନନ୍ଦ ମିଶ୍ର। ନୂଆଗାଁ ବ୍ଲକ୍ ର ହରିପୁର, ବାହାଡ଼ ଝୋଲା, ସୀଙ୍ଗାର ପଲ୍ଲୀ , ଗାତେରୀ, ମହିପୁର, ଚାହାଳି, ଢେଙ୍କେଣା ଏବଂ ଦୁରୁଦୁରା ଗ୍ରାମ ପଞ୍ଚାୟତ ର ସର୍ଭେ କେନ୍ଦ୍ର ପରିଦର୍ଶନ କରି ପଛୁଆ ବର୍ଗ ଲୋକମାନଙ୍କ ସାମାଜିକ ଏବଂ ଶିକ୍ଷାଗତ ସ୍ଥିତି ସମ୍ପର୍କରେ ସର୍ଭେ କରିବା ସହ ଲୋକମାନଙ୍କୁ ସଚେତନ କରିଥିଲେ ରାଜ୍ୟ ପର୍ଯ୍ୟବେକ୍ଷକ ଏବଂ ନୂଆଗାଁ ବ୍ଲକ୍ ବିଡ଼ିଓ।

ଏହି କାର୍ଯ୍ୟକ୍ରମ ରେ ରାଜ୍ୟ ପର୍ଯ୍ୟବେକ୍ଷକ ଏବଂ ନୂଆଗାଁ ବ୍ଲକ୍ ବିଡ଼ିଓ ଙ୍କ ସହିତ ଡି ଡ଼ବ୍ଲୁ ଓ ଦୟାନିଧି ନାୟକ, ଡବ୍ଲୁ ଇ ଓ ମଳୟ ରଞ୍ଜନ ଚିନାରା, ବନମାଳୀ ସ୍ବାଇଁ ପ୍ରମୁଖ ଉପସ୍ଥିତ ଥିଲେ।ସ୍ଵତନ୍ତ୍ର ପ୍ରଚାର ଦିବସ ମେ ମାସ ୧ ତାରିଖରୁ ଆରମ୍ଭ ହୋଇଥିଲା ଏବଂ ଏହା ୨୭ ତାରିଖରେ ସମାପ୍ତ ହେବ ଏବଂ ଆଜି ସ୍ଵତନ୍ତ୍ର ଦ୍ଵିତୀୟ ପ୍ରଚାର ଦିବସ ଥିବ ବୋଲି ବିଡ଼ିଓ ସଚିଦା ନନ୍ଦ ମିଶ୍ର କହିଛନ୍ତି ।ପ୍ରତି ରବିବାର ଛୁଟି ଦିନରେ ବିଡ଼ିଓ ସଚିଦା ନନ୍ଦ ମିଶ୍ର ବିଭିନ୍ନ ସର୍ଭେ କେନ୍ଦ୍ର ପରିଦର୍ଶନ କରି ସର୍ଭେ କାର୍ଯ୍ୟ ର ଉଦ୍ଦେଶ୍ୟ ସମ୍ପର୍କରେ ଲୋକମାନଙ୍କୁ ସଚେତନ କରିବା ସହ ସର୍ଭେ କାର୍ଯ୍ୟ ର ତ୍ୱରାନ୍ୱିତ ଉପରେ ଗୁରୁତ୍ୱାରୋପ କରୁଛନ୍ତି।