ବୃଦ୍ଧାଙ୍କୁ ହାଣିଲେ ଡକାୟତ, ଲୁଟିନେଲେ ୮ ଲକ୍ଷ ଟଙ୍କା ସହ ସୁନା ଗହଣା

ବାଲେଶ୍ୱର ଜିଲ୍ଲା ବାହାନଗା ବ୍ଲକ ଜୁଣିଆ ରାମ ମନ୍ଦିର ନିକଟରେ ବୃଦ୍ଧାଙ୍କୁ ହାଣି ଘରୁ ୮ଲକ୍ଷ ଟଙ୍କାର ସୁନା ଗହଣା ଲୁଟିନେଲେ ଦୁର୍ବୃତ୍ତ।  ରାଜକିଶୋର ଗୁପ୍ତାଙ୍କ ଘରେ ତାଙ୍କ ମାଆ ଶାନ୍ତିଲତା ଏକୁଟିଆ ଥିବା ବେଳେ ଦୁର୍ବୃତ୍ତମାନେ ଝରକା ଭାଙ୍ଗି ଘରେ ପଶିଥିଲେ । ଏହାପରେ ଶାନ୍ତିଲତାଙ୍କୁ ହତ୍ୟା କରିବା ସହ ୮ଲକ୍ଷ ଟଙ୍କାର ସୁନାଗହଣା ଲୁଟ୍ କରି ନେଇଛନ୍ତି। ରାଜକିଶୋର ନିଜ ସ୍ତ୍ରୀଙ୍କୁ ଆଣିବା ପାଇଁ ବିଳମ୍ବିତ ରାତିରେ ବାଲେଶ୍ୱର ରେଳଷ୍ଟେସନକୁ ଯାଇଥିବା ବେଳେ ଏଭଳି ଅଘଟଣ ଘଟିଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ମୃତଦେହ ଉଦ୍ଧାର କରିବା ସହ ଘଟଣାର ତଦନ୍ତ କରୁଛନ୍ତି ।

ସୂଚନା ଅନୁସାରେ , ବୃଦ୍ଧାଙ୍କୁ ହାଣି ଘରୁ ୮ଲକ୍ଷ ଟଙ୍କାର ସୁନା ଗହଣା ଲୁଟିନେଲେ ଦୁର୍ବୃତ୍ତ। ଏଭଳି ଅଭାବନୀୟ ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲା ବାହାନଗା ବ୍ଲକ ଜୁଣିଆ ରାମ ମନ୍ଦିର ନିକଟରେ। ଶାନ୍ତିଲତା ଏକା ଘରେ ଶୋଇଥିବା ବେଳେ ଦୁର୍ବୃତ୍ତମାନେ ଘରେ ପଶି ତାଙ୍କୁ ଭୟଭୀତ କରାଇବା ସହ ୮ଲକ୍ଷ ଟଙ୍କାର ସୁନାଗହଣା ଲୁଟ୍ କରିବାକୁ ଚେଷ୍ଟା କରିଥିଲେ। ତେବେ ଶାନ୍ତିଲତା ଏହାକୁ ବିରୋଧ କରିବାରୁ ଦୁର୍ବୃତ୍ତମାନେ ତାଙ୍କୁ ହାଣି ସୁନାଗହଣା ଲୁଟ୍ କରି ଫେରାର୍ ହୋଇଯାଇଥିଲେ। ରାଜକିଶୋର ନିଜ ସ୍ତ୍ରୀଙ୍କୁ ଆଣିବା ପାଇଁ ବିଳମ୍ବିତ ରାତିରେ ବାଲେଶ୍ୱର ରେଳଷ୍ଟେସନକୁ ଯାଇଥିବା ବେଳେ ଦୁର୍ବୃତ୍ତମାନେ ଘରି ପଶି ଏପରି କାଣ୍ଡ ଭିଆଇଛନ୍ତି । ଭୋରରୁ ରାଜକିଶୋର ଘରକୁ ଫେରିବା ପରେ ଝରକା, କବାଟ ସବୁ ଭଙ୍ଗା ହୋଇଥିବା ବେଳେ ତାଙ୍କ ମାଆଙ୍କୁ ରକ୍ତ ଜୁଡୁବୁଡୁ  ଅବସ୍ଥାରେ ପଡ଼ିଥିବା ଦେଖିଥିଲେ । ଘଟଣା ସ୍ଥଳରେ ପୋଲିସ ପହଞ୍ଚି ମୃତଦେହ ଉଦ୍ଧାର କରିବା ସହ ଘଟଣାର ଅଧିକ ତଦନ୍ତ କରୁଛି ।