ଆସିକା,- ଗଞ୍ଜାମ ଜିଲ୍ଲା ଆସିକା ଠାରେ ଆଜି ବିଦ୍ୟୁତ ଶ୍ରମିକ କର୍ମଚାରୀ ଏକତା ମଚଂ ଆହ୍ୱାନକ୍ରମେ ବିଦ୍ୟୁତ ବିଭାଗୀୟ ଆଉଟସୋର୍ସିଂ,ରେଗୁଲାର କର୍ମଚାରୀ ପକ୍ଷରୁ କଳବ୍ୟାଜ ପିନ୍ଧି ଆନ୍ଦୋଳନ କରାଯାଇଛି । ଏହି ଆନ୍ଦୋଳନରେ ଆସିକା,ଭଞ୍ଜନଗର, ରାୟଗଡା,ଜୟପୁର,ସିଟି ସର୍କଲ ବ୍ରହ୍ମପୁର ଏବଂ ବ୍ରହ୍ମପୁର ସର୍କଲ ଅଧିନରେ ଥିବା ସମସ୍ତ କର୍ମଚାରୀ ଆନ୍ଦୋଳନରେ ଯୋଗ ଦେଇଥିଲେ । ଓପିଟିସିଏଲ କର୍ତୃପକ୍ଷଙ୍କ ଶ୍ରମିକ ମାରଣ ନୀତି ବିରୁଦ୍ଧରେ ସ୍ଲୋଗନ ପ୍ରଦାନ କରାଯାଇ ଦାବୀ ପୁରଣ ନେଇ ବିଦ୍ୟୁତ ବିଭାଗୀୟ କ଼ର୍ମଚାରୀ ଆନ୍ଦୋଳନକୁ ଓହ୍ଲାଇଛନ୍ତି । ସମାନ କାମକୁ ସମାନ ଦରମା ଏବଂ ୨୦୧୪ ମସିହାରୁ ପଦନ୍ନୋତି ଓ ବର୍ଦ୍ଧିତ ଦରମା ସଂଶୋଧନ ଦାବୀ କରି କର୍ମଚାରୀ ମାନେ ଆଜି କାର୍ଯ୍ୟାଳୟ ସମ୍ମୁଖରେ ୧ଘଟଂ ପାଇଁ କଳା ବ୍ୟାଚ ପରିଧାନ କରି ବିକ୍ଷୋଭ ପ୍ରଦର୍ଶନ କରିଥିଲେ ।
ଏଥିରେ ଏନଓବିଏସଏମ ଡିଭିଜନ ସମ୍ପାଦକ ବସନ୍ତ କୁମାର ସ୍ାଇଁ,ଡିଭିଜନ ସମ୍ପାଦକ ବାଳକୃଷ୍ଣ ବାହିନିପତି,ଶିବ ପ୍ରସାଦ ମହାରଣା,ଓଏସଇବି ସମ୍ପାଦକ ଏସ.ନାରାୟଣ ରାଓ ପ୍ରମୁଖଙ୍କ ପ୍ରତ୍ୟେକ୍ଷ ସଂଯୋଜନାରେ ଆସିକା ନିର୍ବାହୀ ଯନ୍ତ୍ରୀ କାର୍ଯ୍ୟାଳୟ,ଆସିକା ଡିଭିଜନ -୧ କାର୍ଯ୍ୟାଳୟ,କଲେଜ ଛକ ସ୍ଥିତ ସର୍କଲ କାର୍ଯ୍ୟାଳୟ,ଓପିଟିସିଏଲ ଅଫିସ ସମ୍ମୁଖରେ ବିଭିନ୍ନ ସ୍ଲୋଗାନ ଦେଇ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । ଗତ ୨୭ ଏପ୍ରିଲ ଠାରୁ ଓପିଟିସିଏଲ ର ସମସ୍ତ କର୍ମଚାରୀ,ବିଦ୍ୟୁତ ଶ୍ରମିକ କର୍ମଚାରୀ ଏକତା ମଚଂ ଅଧିନ ଓଏସଇ ଏମ୍ପେ୍ଲାଇଜସ ଫେଡେରେସନ,ଓଏସଇବି ଶ୍ରମିକ ମହାସଂଘ,ନିଖୀଳ ଓଡିଶା ବିଦ୍ୟୁତ ଶ୍ରମିକ ମହାସଂଘ, ଦକ୍ଷିଣାଚଂଳ ଓଡିଶା ବିଦ୍ୟୁତ ଶ୍ରମିକ ମହାସଂଘର ସଦସ୍ୟ ଓ କର୍ମକର୍ତା ପ୍ରମୁଖ ଦାବୀ ସମ୍ପର୍କିତ ଏକ ନୋଟିସ ଓପିଟିସିଏଲ କର୍ତୃପକ୍ଷଙ୍କୁ ପ୍ରଦାନ କରିଥିଲେ । କନ୍ତୁ କର୍ତୃପକ୍ଷ କୈାଣସି ପଦକ୍ଷେପ ଗ୍ରହଣ ନକରି ଶ୍ରମିକ ମାରଣନୀତି ଓ ଟାଳଟୁଳ ନିତି ଅବଲମ୍ବନ କରି ଏହାକୁ ଘୋର ବିରୁଦ୍ଧ୍ କରିଥିଲେ । ଏହାକୁ ବିରୁଦ୍ଧ କରି ଆଜି ୯.୫.୨୦୨୩ ଠାରୁ ୧୫.୫.୨୦୨୩ ପର୍ଯ୍ୟନ୍ତ କଳାବ୍ୟାଜ ପିନ୍ଧି ଆନ୍ଦୋଳନ ଜାରି ରହିବ । ଯଦି ଦାବୀ ପୁରଣ ନହୁଏ ତେବେ ଆସନ୍ତା ୧୬ ମେ ଠାରୁ ଓପିଟିସିଏଲ ମୁଖ୍ୟ କାର୍ଯ୍ୟାଳୟ ଠାରେ ଗଣଧାରଣା ସାଙ୍ଗକୁ ବିକ୍ଷୋଭ ପ୍ରଦର୍ଶନ ସହ ଆନ୍ଦୋଳନ ଜାରୀ ରହିବ ବୋଲି ଚେତାବନୀ ପ୍ରଦାନ କରାଯାଇଥିଲା ।