ଓକିଲ ସଂଘ କାର୍ଯ୍ୟାଳୟରେ ବିଦାୟ କାଳୀନ ସମ୍ବର୍ଦ୍ଧନା

ଛତ୍ରପୁର ୧୬/୫ ; ସ୍ଥାନୀୟ ଓକିଲ ସଂଘ କାର୍ଯ୍ୟାଳୟ ପରିସରରେ ସଭାପତି ପ୍ରଦୀପ କୁମାର ପାଢୀଙ୍କ ଅଧ୍ୟକ୍ଷତାରେ ଏକ ବିଦାୟକାଳୀନ ସମ୍ବର୍ଦ୍ଧନା ଅନୁଷ୍ଠିତ ହୋଇଥିଲା । ଛତ୍ରପୁର ଏସଡିଜେଏମ ସୌମ୍ୟା ପ୍ରଧାନଙ୍କ ସମ୍ବଲପୁର ଜିଲ୍ଲା ଆଇନ ସେବା ସହାୟକ ପ୍ରାଧିକରଣ ସମ୍ପାଦକ ପଦୋନ୍ନତି ହୋଇଥିବାରୁ ତାଙ୍କୁ ମଙ୍ଗଳବାର ଅପରାହ୍ନରେ ବିଦାୟ କାଳୀନ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା । ଏଥିରେ ଅତିରିକ୍ତ ଜିଲ୍ଲା ଦୌରା ଜର୍ଜ ମନୋରଞ୍ଜନ ଦାଶ, ସିଭିଲ ଜର୍ଜ ଅଭିନନ୍ଦିତା ପଣ୍ଡାଙ୍କ ସମେତ ଓକିଲ ସଂଘର ସମ୍ପାଦକ ଏଲ. ଗୋପାଳ ରାଓ, ପୂର୍ବତନ ସଭାପତି ଗୋକୁଳ ଚନ୍ଦ୍ର ପଣ୍ଡା, ରାମଚନ୍ଦ୍ର ବେହେରା, ସୁରେଶ ପଣ୍ଡା, ରାମକୃଷ୍ଣ ଦାଶ,ସୁରେଶ ପଟ୍ଟନାୟକ, ପର୍ଶୁରାମ ଗୌ. ସୁରଜିତ ସାମନ୍ତରାୟ, ବାବୁ ନାହାକଙ୍କ ସମେତ ସଂଘର ସମସ୍ତ କର୍ମକର୍ତ୍ତା ଓ ବହୁ ସଦସ୍ୟ ମାନେ ଉପସ୍ଥିତ ରହି ମୋମଟେନ ପ୍ରଦାନ କରିଥିଲେ ।