ଆଜି ଭୋର ପ୍ରାୟ ସାଢେ ଚାରିଟା ବେଳେ ବୁର୍ଲା ଭୀମସାରରେ ଡାକ୍ତରୀ ଛାତ୍ର ଓ ସୁରକ୍ଷା କର୍ମୀଙ୍କ ମଧ୍ୟରେ ଗଣ୍ଡଗୋଳ। ଏହି ଗଣ୍ଡଗୋଳରେ ଜଣେ ପି.ଜି. ଛାତ୍ର ଓ ଜଣେ ସିକ୍ୟୁରିଟି ଗାର୍ଡ ଆହତ ହୋଇଛନ୍ତି। ଖବର ପାଇ ବୁର୍ଲା ପୋଲିସ ଘଟଣାସ୍ଥଳରେ ପହଞ୍ଚି ବୁଝାବୁଝା କରୁଛନ୍ତି। ଡାକ୍ତରୀ ଛାତ୍ରମାନଙ୍କୁ ସିକ୍ୟୁରିଟି ଗାର୍ଡ ଓ ଅଟୋଣ୍ଡାଣ୍ଟ ମିଶିକି ପିଟିଥିଲେ। ସିକ୍ୟୁରିଟି ସଂସ୍ଥାକୁ ବାହାର କରାଯାଉ ବୋଲି ପିଲାମାନେ ଦାବି କରିଛନ୍ତି। ଯାହାଫଳରେ କଲେଜ କ୍ୟାମ୍ପସରେ ଉତ୍ତେଜନା ଦେଖିବାକୁ ମିଳୁଛି।
ସୂଚନା ଅନୁସାରେ, ବୁର୍ଲା ଭିମସାରରେ ଡାକ୍ତରୀ ଛାତ୍ର ଓ ସୁରକ୍ଷାକର୍ମୀଙ୍କ ମଧ୍ୟରେ ବିବାଦ। ଗଣ୍ଡଗୋଳରେ ଜଣେ ଡାକ୍ତରୀ ଛାତ୍ର ଓ ଜଣେ ସୁରକ୍ଷାକର୍ମୀ ଆହତ ହୋଇଛନ୍ତି। ଆଜି ଭୋର ପ୍ରାୟ ସାଢେ ଚାରିଟା ବେଳେ ଏହି ଘଟଣା ଘଟିଛି। ଏହି ଘଟଣା ପରେ ବୁର୍ଲା ମେଡିକାଲରେ ବ୍ୟାପକ ପୋଲିସ ମୁତୟନ ହୋଇଛନ୍ତି। କୌଣସି କାରଣକୁ କେନ୍ଦ୍ର କରି ଜଣେ ପିଜି ଛାତ୍ର ଓ ଜଣେ ସୁରକ୍ଷା କର୍ମୀଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା। ଏଥିରେ ସୁରକ୍ଷା କର୍ମୀ ଜଣକ ଆହତ ହୋଇଥିଲେ। ଖବର ପାଇ, ସଂପୃକ୍ତ ସୁରକ୍ଷା କର୍ମୀଙ୍କ ସମ୍ପର୍କୀୟ ଯାଇ ପିଜି ଛାତ୍ରଙ୍କୁ ମାଡ ମାରିଥିଲେ। ଘଟଣା ଜଣାପଡିବା ପରେ ଅନ୍ୟ କିଛି ପିଜି ଡାକ୍ତରୀ ଛାତ୍ରପହଞ୍ଚି ଏହାର ପ୍ରତିବାଦ କରିଥିଲେ। ଖବର ପାଇ ବୁର୍ଲା ପୋଲିସ ଘଟଣାସ୍ଥଳରେ ପହଞ୍ଚି ବୁଝାବୁଝା କରିବା ସହ ଆହତ ମାନଙ୍କୁ ହସ୍ପିଟାଲ ନେଇଛି।