ପଶ୍ଚିମବଙ୍ଗରେ ଘଟିଛି ଭୟଙ୍କର ଅଗ୍ନିକାଣ୍ଡ । ଆଉ ଏହି ଅଗ୍ନିକାଣ୍ଡଟି ଗୋଟେ ଗୋଦାମରେ ଘଟିଥିଲା । ଅଗ୍ନିକାଣ୍ଡ ପ୍ରଭାବରେ ଗୋଦାମଟି ସମ୍ପୂର୍ଣ୍ଣ ଜଳିପୋଡ଼ି ନଷ୍ଟ ହୋଇଯାଇଛି । ସୂଚନା ଅନୁସାରେ, ଆଜି ପଶ୍ଚିମବଙ୍ଗର ଇଣ୍ଡଷ୍ଟ୍ର୍ରିଆଲ ପାର୍କରେ ଥିବା ଗୋଟେ ଖାଇବା ତେଲ ଗୋଦାମରେ ନିଆଁ ଲାଗିଛି । ଆଉ ଏହି ନିଆଁର ଏତେ ଭୟଙ୍କର ଥିଲା ଯେ, ସମ୍ପୂର୍ଣ୍ଣ ଆକାଶ କଳାଧୂଆଁରେ ପରିଣତ ହୋଇଯାଇଛି । ଯାହା ସ୍ଥାନୀୟ ଲୋକମାନଙ୍କ ମଧ୍ୟରେ ଭୟ ସୃଷ୍ଟି କରିଦେଇଛି ।
ଖବର ପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିବା ପାଇଁ ଚେଷ୍ଟା ଜାରି ରଖିଛନ୍ତି । ପ୍ରାୟ ୧୧ଟି ଅଗ୍ନିଶମ ବାହିନୀ ନିଆଁକୁ ଆୟତ୍ତ କରିବା ପାଇଁ ଘଟଣାସ୍ଥଳରେ ମୁତୟନ ହୋଇଛନ୍ତି । ବହୁତ ସମୟର ଚେଷ୍ଟା ପରେ ବି ଅଗ୍ନିଶମ ବାହିନୀ ନିଆଁକୁ ଆୟତ୍ତ କରି ପାରିନାହାନ୍ତି ବୋଲି ସୂଚନା ମିଳିଛି । ଆଉ ଏହି ଭୟାନକ ନିଆଁ ଯେପରି ଆଖପାଖ ଅଞ୍ଚଳକୁ ନ ବ୍ୟାପେ ସେଥିପ୍ରତି ଅଗ୍ନିଶମ ବାହିନୀ ଚେଷ୍ଟା ଜାରି ରଖିଛନ୍ତି । ଏହି ନିଆଁ ପ୍ରଭାବରେ କାହାର ମୃତ୍ୟୁ ହୋଇନଥିବା ସୂଚନା ମିଳିଛି । କିନ୍ତୁ କୋଟି କୋଟି ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଯାଇଛି । ନିଆଁ ଲିଭାଇବା ଅଗ୍ନିଶମ ବାହିନୀଙ୍କର କାଠିକର ପାଠ ହୋଇପଡିଛି । ବହୁ ଚେଷ୍ଟା ପରେ ବି ଅଗ୍ନିଶମ ବାହିନୀ ନିଆଁକୁ ଲିଭାଇବାକୁ ସକ୍ଷମ ହୋଇପାରୁନାହାନ୍ତି ।