ରାଜସ୍ଥାନର ନାଗୌର ଜିଲ୍ଲାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଦୁର୍ଘଟଣାରେ 5 ଜଣ ପୋଲିସ କର୍ମୀଙ୍କ ମୃତ୍ୟୁ ହୋଇଛି । ସମସ୍ତେ ପ୍ରଧାନମନ୍ତ୍ରୀ ମୋଦିଙ୍କ ସଭା ପାଇଁ ଡ୍ୟୁଟିରେ ଯାଉଥିବା ବେଳେ ଦୁର୍ଘଟଣା ଘଟିଛି । କଣୁତା ଗାଁ ନିକଟରେ ଏହି ଦୁର୍ଘଟଣା ଘଟିଛି । ପୋଲିସ କାର୍ ସହିତ ଟାଟା ୪୦୭ ସହିତ ଧକ୍କା ହୋଇଥିଲା । ଏଥିରେ ଜଣେ ଏଏସଆଇ, ଜଣେ ହେଡ କନଷ୍ଟେବଳ ସହିତ 5 ଜଣଙ୍କର ମୃତ୍ୟୁ ହୋଇଛି । ଆହତଙ୍କୁ ନାଗୌର ହସପିଟାଲକୁ ସ୍ଥାନାନ୍ତରଣ କରାଯାଇଛି ।
ଖବର ମୁତାବକ, ଚୁର ଜିଲ୍ଲା ତାରା ନଗରରେ ହେବାକୁ ଥିବା ପ୍ରଧାନମନ୍ତ୍ରୀ ମୋଦିଙ୍କ ଜନସଭାକୁ ଯାଉଥିବା ଗାଡି ଦୁର୍ଘଟଣା ଘଟିଥିଲା । କଣୁତା ଗାଁ ନିକଟରେ ଏହି ଦୁର୍ଘଟଣା ଘଟିଛି । ପୋଲିସ କାର୍ ସହିତ ଟାଟା ୪୦୭ ସହିତ ଧକ୍କା ହୋଇଥିଲା । ଏଥିରେ ଜଣେ ଏଏସଆଇ, ଜଣେ ହେଡ କନଷ୍ଟେବଳ ସହିତ 5 ଜଣଙ୍କର ମୃତ୍ୟୁ ହୋଇଛି । ଦୁର୍ଘଟଣା ସକାଳ ୫.୩୦ରୁ ୬ଟା ଭିତରେ ହୋଇଥିବା ଜଣାପଡିଛି । ସମସ୍ତ ପୋଲିସ କର୍ମୀ ଖିଓ୍ଵସର ଥାନାରେ ବୋଲି କୁହାଯାଉଛି । ପୋଲିସ କର୍ମୀ ଯାଉଥିବା ଗାଡି ସଂପୂର୍ଣ୍ଣ ଭାବେ କ୍ଷତିଗ୍ରସ୍ତ ହୋଇଛି । ପୋଲିସ କାରକୁ ଦ୍ରୁତ ଗତିରେ ଆସୁଥିବା ଟ୍ରକ ସାମ୍ନାରୁ ଧକ୍କା ଦେଇଥିଲା । ମୃତ ପୋଲିସ କର୍ମୀମାନେ ହେଲେ ଏଏସଆଇ ରାମଚନ୍ଦ୍ର, କନଷ୍ଟେବଳ କୁମ୍ଭାରାମ, ସୁରେଶ ମୀନା, ଥାନାରାମ ଏବଂ ମହେନ୍ଦ୍ର ବୋଲି ଜଣାପଡିଛି ।