ଏହି ୯ ଜିଲ୍ଲାରେ ପ୍ରବଳ ବର୍ଷିବ… ୟେଲୋ ୱାର୍ଣ୍ଣିଂ ଜାରି

୯ ଜିଲ୍ଲାରେ ପ୍ରବଳ ବର୍ଷିବ। ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଦକ୍ଷିଣ-ପୂର୍ବ ଝାଡଖଣ୍ଡ ଓ ସଲଗ୍ନ ଅଞ୍ଚଳରେ ସକ୍ରିୟ ରହିଛି। ଏହସହ ଜଡିତ ମେଘଖଣ୍ଡ ଓଡ଼ିଶାର କିଛି ଅଞ୍ଚଳ ଉପରେ ରହୁଛି। ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିଛି। କେଉଁଠି ପ୍ରବଳ ତ ଆଉ କେଉଁଠି ଝିପଝିପ ବର୍ଷା ।

ଲଘୁଚାପ ପ୍ରଭାବରେ ଆଜି ୯ ଜିଲ୍ଲାକୁ ଦିଆଯାଇଛି ୟେଲୋ ୱାର୍ଣ୍ଣିଂ । ସୁନ୍ଦରଗଡ, କେନ୍ଦୁଝର, ମୟୂରଭଞ୍ଜ, ଅନୁଗୋଳ, ଭଦ୍ରକ, କେନ୍ଦ୍ରାପଡା, ଢେଙ୍କାନାଳ, ବାଲେଶ୍ବର , ଯାଜପୁର ଜିଲ୍ଲାରେ ପ୍ରବଳ ବର୍ଷା ହୋଇପାରେ । ଗତ ୨୪ ଘଣ୍ଟାରେ ରାଜ୍ୟରେ ୨୬.୮ ମିଲିମିଟର ବର୍ଷା ହୋଇଛି। ଯାହାକି ସ୍ବାଭାବିକ ବର୍ଷା ୪.୬ ତୁଳନାରେ ୪୭୭ ପ୍ରତିଶତ ଅଧିକ । ଲଘୁଚାପ ପଶ୍ଚିମବଙ୍ଗ ଅତିକ୍ରମ କରିବା ପରେ ରାଜ୍ୟରେ ବର୍ଷା କମିବା ସହ ଏହାପରେ ରାଜ୍ୟରେ ମୌସୁମୀ ପ୍ରତ୍ୟାବର୍ତ୍ତନ ପାଇଁ ପାଗ ଅନୁକୂଳ ହେବ ବୋଲି ଜଣାପଡିଛି।