ରାଜଧାନୀ ହିଟ୍ ଆଣ୍ଡ୍ ରନ୍ ମାମଲା: ଗିରଫ ହେଲେ କାର ଡ୍ରାଇଭର

ରାଜଧାନୀ ହିଟ୍ ଏଣ୍ଡ ରନ୍ ମାମଲାରେ ଗିରଫ ହେଲେ କାର ମାଲିକ । ଅଭିଯୁକ୍ତ ବିକାଶ ପାଲକୁ ଗିରଫ କରିଛି ପୋଲିସ । ଆଠଗଡ଼ରୁ ଭୁବନେଶ୍ୱର ଫେରୁଥିବା ବେଳେ ଦୁର୍ଘଟଣା ଘଟିଥିଲା। ରାଜମହଲ ଫୁଟପାଥ୍‌ରେ ଶୋଇଥିବା ଜଣେ ଶ୍ରମିକଙ୍କ ଉପରେ ଚଢ଼ିଯାଇଥିଲା କାର୍। ନିଜେ କାର୍ ମାଲିକ ବିକାଶ ପାଲ୍ ହିଁ ବେପରୁଆ ଭାବେ ଗାଡ଼ି ଚଳାଉଥିଲେ। ରାଜଧାନୀରେ ଏକ ଘରୋଇ ସଂସ୍ଥାରେ କାମ କରନ୍ତି ବିକାଶ୍ ପାଲ୍ । ବିକାଶ୍ ପାଲ୍ ଚଲାଉଥିବା କାର ପ୍ରଥମେ ଡିଭାଇଡରରେ ପିଟି ହୋଇ ଫୁଟପାଥ୍‌ରେ ଶୋଇଥିବା ଜଣେ ଶ୍ରମିକଙ୍କ ଉପରେ ଚଢ଼ିଯାଇଥିଲା । ଏପରିକି ଶ୍ରମିକଙ୍କୁ କିଛି ଦୂର ଘୋଷାଡି ବି ନେଇଥିଲା। ଏହି ଦୁର୍ଘଟଣା ଘଟାଇ ଦ୍ରୁତଗତିରେ କାରକୁ ଧରି କଳ୍ପନା ଛକ ଦେଇ ଲିଙ୍ଗିପୁର ଖସିପଳାଇଥିଲା ଅଭିଯୁକ୍ତ ଡ୍ରାଇଭର ।