ଭାରତର ଅପରେସନ୍ ‘ଅଜୟ’ ମାଧ୍ୟମରେ ପ୍ରଥମ ପର୍ଯ୍ୟାୟରେ ଇସ୍ରାଏଲରୁ ସୁରକ୍ଷିତ ଫେରିଲେ ୨୧୨ ଭାରତୀୟ । ଅପରେସନ୍ ଅଜୟର ପ୍ରଥମ ବ୍ୟାଚରେ ୨୧୨ ଜଣ ଭାରତୀୟଙ୍କୁ ଇସ୍ରାଏଲରୁ ଉଦ୍ଧାର କରି ଭାରତ ଅଣାଯାଇଛି । ଗତ ରାତି ୯ଟାରେ ସ୍ୱତନ୍ତ୍ର ଚାଟର୍ ବିମାନ ବେନ୍ ଗୁରିଅନ୍ ଏୟାରପୋର୍ଟରୁ ଉଡ଼ିବା ଆରମ୍ଭ କରିଥିଲା। ଏହା ଆଜି ସକାଳୁ ଭାରତରେ ଅବତରଣ କରିଛି । ଉଦ୍ଧାର ଭାରତୀୟମାନେ ପହଁଚିବା ପରେ ଦିଲ୍ଲୀ ବିମାନ ବନ୍ଦରରେ ସ୍ୱାଗତ କଲେ କେନ୍ଦ୍ରମନ୍ତ୍ରୀ ରାଜୀବ ଚନ୍ଦ୍ରଶେଖର । ଇସ୍ରାଏଲରେ ଚାଲିଥିବା ଯୁଦ୍ଧ ଭିତରେ ପ୍ରାୟ ୧୮ହଜାର ଭାରତୀୟ ଫସି ରହିଛନ୍ତି ।
ସବୁ ଭାରତୀୟଙ୍କୁ ସୁରକ୍ଷିତ ସ୍ୱଦେଶ ଆଣିବା ପାଇଁ କେନ୍ଦ୍ର ସରକାର ଅପରେସନ୍ ଅଜୟର ଶୁଭାରମ୍ଭ କରିଛନ୍ତି । ଅପରେସନ୍ ଅଜୟରେ କେନ୍ଦ୍ର ସରକାର ସ୍ୱଦେଶ ଫେରିବାକୁ ଭାରତୀୟଙ୍କ ଲାଗି ଇସ୍ରାଏଲରୁ ମାଗଣାରେ ଚାର୍ଟର ଫ୍ଲାଇଟ ଓ ଅନ୍ୟ ବନ୍ଦୋବସ୍ତ କରିଛନ୍ତି । ସେପଟେ ତେଲ୍-ଅଭିଭ୍ ଓ ରାମାଲାରେ ସହାୟତା ଓ ପଞ୍ଜୀକରଣ ବ୍ୟବସ୍ଥା ହୋଇଥିବା ବେଳେ, ଏପଟେ ଦିଲ୍ଲୀରେ ଖୋଲିଛି ୨୪ ଘଣ୍ଟିଆ କଣ୍ଟ୍ରୋଲରୁମ୍ । ତେବେ ସୁରକ୍ଷିତ ଭାବେ ଦିଲ୍ଲୀରେ ପହଞ୍ଚିବା ପରେ ଭାରତୀୟମାନେ ସେଠାକାର ଅନୁଭୂତି ବର୍ଣ୍ଣନା । ଯୁଦ୍ଧ ଭିତରେ କେମିତି ଓ କେଉଁଠି କିପରି ରହୁଥିଲେ, ସେସବୁ କହିଛନ୍ତି । ଏହାସହ ପ୍ରଥମ ପର୍ଯ୍ୟାୟରେ ଇସ୍ରାଏଲରୁ ଆସିଥିବା ଭାରତୀୟ ମାନେ ଖୁସିବ୍ୟକ୍ତ କରିବା ସହ ଅପରେସନ୍ ଅଜୟକୁ ଖୁବ୍ ପ୍ରଶଂସା କରିଛନ୍ତି ।