ଆସିକା,୨୧/୫- ଗଞ୍ଜାମ ଜିଲ୍ଲା ଆସିକା ବ୍ଲକ କମାଗଡ ପଚାଂୟତରେ ଆଜି ଆସିକା ସାଂସଦ ପ୍ରମିଳା ବିଷୋୟୀ ଓ ବିଧାୟିକା ମଞ୍ଜୁଳା ସ୍ୱାଇଁଙ୍କ ଦ୍ୱାରା ବିଭିନ୍ନ ପ୍ରକଳ୍ପର ଭିତିପ୍ରସ୍ଥର ସ୍ଥାପନ କାର୍ଯ୍ୟକ୍ରମ ଅନୁଷ୍ଟିତ ହୋଇଥିଲା । ଏହି ଅବସରରେ କମାଗଡ ସରପଚଂ ରିଙ୍କି ଲେଙ୍କା ଓ ସମିତିସଭ୍ୟା ପ୍ରଶାନ୍ତ କୁମାର ନାହକ ସାଂସଦ ପ୍ରମିଳା ବିଷୋୟୀ,ବିଧାୟିକା ମଞ୍ଜୁଳା ସ୍ୱାଇଁଙ୍କୁ ପୁଷ୍ପଗୁଛ ଓ ଉପଢୈାକନ ଦେଇ ସ୍ୱାଗତ ସମ୍ଭର୍ଦ୍ଧନା କରିଥିଲେ । ଏହାପରେ ସମସ୍ତ ଦଳିୟ କର୍ମୀ ଓ ନେତାଙ୍କୁ ନେଇ ଗ୍ରାମ ପରିକ୍ରମା କରାଯାଇଥିଲା । ଏହା ସହିତ ପଚାଂୟତର ବିଭିନ୍ନ ମୁଖ୍ୟ ଛକ ସ୍ଥାନରେ ପଥପ୍ରାନ୍ତ ସଭା କାର୍ଯ୍ୟକ୍ରମ ଅନୁଷ୍ଟିତ ହୋଇଥିଲା । ଏହି ସଭାରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଶାସନ କାଳରେ ଲୋକଙ୍କ ଠାରେ କିଭଳି ବିକାଶ ମୁଳକ କାର୍ଯ୍ୟ ପହଚିଂ ପାରିବ ସେନେଇ ସୁଚନା ପ୍ରଦାନ କରାଯାଇଥିଲା । କମଗାଡ ପଚାଂୟତ ସଦାନନ୍ଦ ସାହିରେ ବିଧାୟିକାଙ୍କ ଫଣ୍ଡରୁ ଅନୁଦାନ ପ୍ରାପ୍ତା ରାସ୍ତାର ନିର୍ମାଣ ପାଇଁ ଭିତିପ୍ରସ୍ଥାର ସ୍ଥାପନ କରାଯାଇଥିଲା । ଏହି ରାସ୍ତା ପାଇଁ ପ୍ରାୟ ୨ ଲକ୍ଷ ଟଙ୍କ ବ୍ୟୟ ଅଟକଲ ରହିଛି ।
ସେହିଭଳି ବିଧାୟିକା ଫଣ୍ଡରୁ ଦୁଇ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ମୁକ୍ତେଶ୍ୱର ମନ୍ଦିର ରାସ୍ତା ପାଇଁ ଭିତିପ୍ରସ୍ଥର ସ୍ଥାପନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । କମାଗଡ ଗ୍ରାମ ହରିଜନ ସାହିରେ କୋଠ ଘରର ଭିତି ପ୍ରସ୍ଥର ସ୍ଥାପନ ଯାହର ବ୍ୟୟ ଅଟକଳ୨ ଲକ୍ଷ ୫୦ ହଜାର ଟଙ୍କା,କୁମ୍ଭାର ସାହି ଠାରୁ ବତାବନ୍ଧ ପର୍ଯ୍ୟନ୍ତ କଙ୍କ୍ରିଟ ରୋଡ ୨ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ନିର୍ମାଣ ପାଇଁ ଭିତି ପ୍ରସ୍ଥର ସ୍ଥାପନ, ୨ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ଆଳିୟ ଖଣ୍ଡାୟତ ସମାଜ ଭିତିପ୍ରସ୍ଥର ସ୍ଥାପନ କରାଯାଇଥିଲ । କମାଗଡ ଗ୍ରାମ ପନ୍ଦରା ସମାଜ କୋଠଘର ନିର୍ମାଣ ପାଇଁ ଭିତି ପ୍ରସ୍ଥର ସ୍ଥାପନ କରାଯାଇଥିଲା । ଏହା ସାଂସଦ ଫଣ୍ଡ ୨ ଲକ୍ଷଟଙ୍କା ଏବଂ ବିଧାୟିକା ଫଣ୍ଡ ରୁ ୨ ଲକ୍ଷ ବ୍ୟୟ ଅଟକଳ ନିର୍ମିତ ହେବ । ଆସିକା ପଚାଂୟତ ସମିତି ଫଣ୍ଡରୁ ୧୦ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ କଲ୍ୟାଣ ମଣ୍ଡପର ଭିତି ପ୍ରସ୍ଥର ସ୍ଥାପନ,କମାଗଡ ଗ୍ରାମ ପଚାଂୟତ ଫଣ୍ଡରୁ ୨ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ କୁମ୍ଭାର ସାହି କୋଠ ଘରର ଭିତିପ୍ରସ୍ଥର ସ୍ଥାପନ ଏବଂ ଶେଷରେ କମାଗଡ ପଚାଂୟତ ଫଣ୍ଡରୁ ୨ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ଧୋବା ସମାଜ କୋଠ ଘର ନିର୍ମାଣ ପାଇଁ ଭିତି ପ୍ରସ୍ଥର ସ୍ଥାପନ କରା୍ାଇଥିଲା ।
କମାଗଡ ପଚାଂୟତ ଅନୁଦାନରେ ୯ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ କମାଗଡ ହାଇସ୍କୁଲ ଓ ଲାବୋରେଟୋରୀ ନିର୍ମାଣ ପାଇଁ ଭତିପ୍ରସ୍ଥର ସ୍ଥାପନ କାର୍ଯ୍ୟକ୍ରମ ଅନୁଷ୍ଟିତ ହୋଇଥିଲା । ୨ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ବିଧାୟିକା ଫଣ୍ଡରୁ ନିଖୀଳ ଉତ୍କଳ ତେଲୁଗୁ ଦୋରା ସମାଜ ପାଚେରୀ ନିର୍ମାଣ ପାଇଁ ଭିତି ପ୍ରସ୍ଥର ସ୍ଥାପନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ଆସିକା ସାଂସଦ ପ୍ରମିଳା ବିଷୋୟୀ,ବିଧାୟିକା ମଞ୍ଜୁଳା ସ୍ୱାଇଁ,ସରପଚଂ ରିଙ୍କି ଲେଙ୍କା, ସମିତିସଭ୍ୟ ପ୍ରଶାନ୍ତ କୁମାର ନାହକ,ବିଜୁ ଯୁବ ଜନତା ଦଳ ସଭାପତି ନଚିକେତା ସ୍ୱାଇଁ,ବ୍ଲକ ବିଜେଡି ସଭାପତି ରାଜେଶ ପଟ୍ଟନାୟକ,ଜିଲ୍ଲା ପରିଷଦ ବି.ମନୋଜ କୁମାର ଦୋରା,ଜିଲ୍ଲା ପରିଷଦ ସଦସ୍ୟା ତନ୍ମୟୀ ନାହକ ଏବଂ ବରିଷ୍ଠ ବିଜେଡି ନେତା ଅଭିମନ୍ୟୁ ନାହକ ସମେତ ବହୁ ନେତା ଓ ମନ୍ତ୍ରି ଯୋଗ ଦେଇଥିଲେ ।
ରିପୋର୍ଟ- ଜଗନ୍ନାଥ ସାହୁ