ଆଇ.ଏନ.ଏସ. ଚିଲିକାରେ ପାସିଂ ଆଉଟ ପ୍ୟାରେଡ଼୍ ଅନୁଷ୍ଠିତ

ଚିଲିକା,27/09:ଓଡିଶାର ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ନିକଟସ୍ଥ ଆଇ.ଏନ.ଏସ ଚିଲିକା ନାଭାଲ ନୌସେନା ତାଲିମ କେନ୍ଦ୍ର ପରିସରରେ କୃତି ଦ୍ୱିତୀୟ ବ୍ୟାଚର ଅଗ୍ନିବୀର ମାନେ ପାସିଂ ଆଉଟ ପ୍ୟାରେଡ଼ରେ ସାମିଲ ହୋଇଥିଲେ l ଏଥିରେ ୨୬୧୬ ଜଣ ଅଗ୍ନିବୀର ମାନେ ପାସିଂ ଆଉଟ ପ୍ୟାରେଡ଼ରେ ଯୋଗ ଦେଇଥିବା ବେଳେ ଏଥିରେ ମୁଖ୍ୟ ଅତିଥି ଦକ୍ଷିଣ କମାଣ୍ଡୋ ଅଫିସର ଭାଇସଆଡମିରାଲ ଏମ.ଏ.ହାମ୍ପି ହୋଲି ଅଭିବାଦନ ଗ୍ରହଣ କରିଥିଲେ l ଚିଲିକା ନୌସେନା ର କମାଣ୍ଡିଙ୍ଗ ଅଧିକାରୀ ଏମ.କେ. ପ୍ରଦୀପ ଅଗ୍ନିବୀର ମାନଙ୍କୁ ଶପଥ ପାଠ କରାଇଥିଲେ । ଏଥିରେ ନୂତନ ଭାବେ ୨୬୧୬ ଅଗ୍ନିବୀରଙ୍କ ମଧ୍ୟରୁ ୪୪୮ଜଣ କୃତି ମହିଳା ଅନ୍ନିବୀର ଥିବା ବେଳେ ୨୧୬୮ଜଣ ପୁରୁଷ ଅଗ୍ନିବୀର ସାମିଲ ହୋଇଥିବା ଜଣାପଡିଛି l

ସେହିପରି ୨୮୦ଜଣ ତଟରଖି ବାହିନୀ ଏହି ପ୍ୟାରେଡ଼ରେ ମଧ୍ୟ ସାମିଲ ହୋଇଥିଲେ ।ଦୀର୍ଘ ୧୬ ସପ୍ତାହ ତାଲିମ ନେବା ପରେ ଏହି ୬୪ପ୍ଲାଟୁନ ଅଗ୍ନିବୀର ମାନେ ଚିତାକର୍ଷକ ପ୍ୟାରେଡ଼ ମାଧ୍ୟମରେ ଅତିଥି ଓ ଅଗ୍ନିବୀର ମାନଙ୍କ ଅଭିଭାବକ ମାନଙ୍କୁ ମନମୁଗ୍ଧ କରାଇଥିଲେ । ଏହି ପାସିଂ ଆଉଟ ପ୍ୟାରେଡ଼ ପରେ ଏହି ଅଗ୍ନିବୀର ମାନଂକୁ ୨ ସପ୍ତାହ ବିଶ୍ରାମ ଦେବା ପରେ ଅଗ୍ନୀବୀର ମାନେ ନିଜ ନିଜ ବିଭାଗରେ ଆଉ ଷୋହଳ ସପ୍ତାହ ଟ୍ରେନିଂ ନେବେ l ତା’ପରେ ସମୁଦ୍ର ମଝି ଯୁଦ୍ଧ ରଣକୌଶଳର ତାଲିମ ନେବେ ବୋଲି ଚିଲିକା ନୌସେନା ତାଲିମ କେନ୍ଦ୍ରର କମାଣ୍ଡର ଏମ କେ ପ୍ରଦୀପ ସୂଚନା ଦେଇଥିଲେ ।