ଚିଲିକା, 01/10: ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ଓଡିଶା ସରକାରଙ୍କ ତରଫରୁ ଆନ୍ତର୍ଜାତୀୟ ବରିଷ୍ଠ ନାଗରିକ ଦିବସ ପାଳିତ ହୋଇଯାଇଛି lବିଶ୍ୱ ଜୀବନ ସେବା ସଙ୍ଘ ପରିଚାଳନାରେ ପଞ୍ଚାୟତ ସମିତି ଚିଲିକା,ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ ଖୋର୍ଦ୍ଧା ତରଫରୁ କିମ୍ଭିରପଡ଼ାର ସମାଜସେବୀ ସୁକାନ୍ତ କୁମାର ବିଶ୍ଵାଳଙ୍କ ପ୍ରତିଷ୍ଠିତ ବରିଷ୍ଠ ନାଗରିକ ଆଶ୍ରମ ଠାରେ ପାଳିତ ହୋଇଥିଲା l
ଏଥିରେ ଚିଲିକା ବ୍ଲକ ବିଡ଼ିଓ ଙ୍କ ପ୍ରତିନିଧି ସତ୍ୟ ରଞ୍ଜନ ପାଢ଼ୀ ବ୍ଲକ ସୋସିଆଲ ସିକୁରିଟି ଅଫିସର, ନମିତା ଝା ଏ.ଜି ରୋଟାରୀ କ୍ଲବ ଚିଲିକା, ତ୍ରିଲୋଚନ ବାରିକ ସେକ୍ରେଟାରୀ ରୋଟାରି କ୍ଲବ, ସତେନ୍ଦ୍ର କୁମାର ସ୍ୱାଇଁ ଆଇ. ପି. ପି. ରୋଟାରି କ୍ଳବ, ଭାଗିରଥି ସ୍ୱାଇଁ ରୋଟାରୀଆନ ,ଜୟ କୃଷ୍ଣ ପଟ୍ଟନାୟକ ସୁପରିଟେଣ୍ଡେଣ୍ଟ ଜନସଙ୍ଘ, ଲଳିତ ମୋହନ ପଟ୍ଟନାୟକ ଏକ୍ସ ଚେୟାରମ୍ୟାନ ଚିଲିକା, ଅନନ୍ତ ଚରଣ ଖଟେଇ ଏଷ୍ଟିଜୋନ ଆମ୍ବୁଲାନ୍ସ ଅଫ ଇଣ୍ଡିଆ, ବବୁଲ ରଣସିଂହ ପୋଗ୍ରାମ ଆସିସଷ୍ଟାଣ୍ଟ ଏନ. ଏ.ସି. ବାଲୁଗାଁ , ଖୋର୍ଦ୍ଧା ଜିଲ୍ଲା ବାଣପୁର ଚିଲିକାର ଓଡ଼ିଶା ପତ୍ରକାର ସଂଘ ସଦସ୍ୟ ମାନେ ଯୋଗଦେଇ ବରିଷ୍ଠ ନାଗରିକ ଆବାସ କିମ୍ଭୀରିପଡା ଠାରେ ଆନ୍ତର୍ଜାତୀୟ ବରିଷ୍ଠ ନାଗରିକ ଦିବସ ପାଳନ ଅବସରରେ ବରିଷ୍ଠ ନାଗରିକ ମାନଙ୍କର ବିଭିନ୍ନ ସମସ୍ୟା ବିଷୟରେ ଆଲୋଚନା କରିଥିଲେ । ତେବେ ସରକାରଙ୍କ ତରଫରୁ ସମ୍ପୂର୍ଣ୍ଣ ସହଯୋଗ ମିଳୁଥିବା ବେଳେ ଅନୁଦାନ ଠିକ ସମୟରେ ଆସିପାରୁନାହିଁ ବୋଲି ପରିଚାଳକ ପ୍ରକାଶ କରିଥିଲେ। ବିଗତ ୬ ମାସ ହେଲା ଅନୁଦାନ ଠିକ ଭାବେ ମିଳିପାରି ନାହିଁ ।
ଏ ପରିପ୍ରେକ୍ଷୀରେ ବିଶ୍ୱ ଜୀବନ ସେବା ସଙ୍ଘ ଖୋର୍ଦ୍ଧା ତରଫରୁ ସମସ୍ତ ସହଯୋଗ ଯୋଗାଇ ଦିଆଯାଉଛି। କର୍ମଚାରୀ ମାନଙ୍କୁ ଠିକରେ ପାରିଶ୍ରମିକ ମିଳି ପାରୁନଥିବା ରୁ ସେମାନଙ୍କ ପରିବାର ଚଲେଇବା ବହୁତ କଷ୍ଟ ଦାୟକ ହୋଇପଡିଛି । ତେଣୁ ଆନ୍ତର୍ଜାତିକ ବରିଷ୍ଠ ନାଗରିକ ଦିବସ ଅବସରରେ ବିଶ୍ୱ ନାଗରିକ ମଞ୍ଚରେ ଦାୟୀତ୍ୱ ନେବାପାଇଁ ଆଗେଇ ଆସିବାକୁ ଯୁବପିଢ଼ି ଙ୍କୁ ଆହ୍ୱାନ ଦେଇଛନ୍ତି । ଚିଲିକା ରୋଟାରିଆନ କ୍ଳବ୍ତ ତରଫରୁ ଆଜିର କାର୍ଯ୍ୟକ୍ରମ ରେ କମ୍ବଳ ଓ ଗୋଲାପ ଫୁଲ ପ୍ରତ୍ୟେକ ଅନ୍ତେବାସୀଙ୍କୁ ପ୍ରଦାନ କରାଯାଇଥିବା ବେଳେ ପ୍ରଶାସନ ତରଫରୁ ଚାଲିବା ପାଇଁ ୧୦ ଜଣଙ୍କୁ ଷ୍ଟିକ ସହିତ ଏକ ଫ୍ୟାନ ବରିଷ୍ଠ ନାଗରିକ ଦିବସରେ ଚିଲିକା ବ୍ଲକ୍ ବିଡ଼ିଓଙ୍କ ପ୍ରତିନିଧି ପ୍ରଦାନ କରି ଥିଲେ। ମୁଖ୍ୟ ଅତିଥି ଲଳିତ ମୋହନ ପଟ୍ଟନାୟକ ବରିଷ୍ଠ ନାଗରିକ ମାନଙ୍କ ଉଦ୍ଦେଶ୍ୟରେ ସାରଗର୍ଭକ ମନ୍ତବ୍ୟ ଦେଇ ଥିବା ବେଳେ ପ୍ରତିଷ୍ଠାତା ସୁକାନ୍ତ କୁମାର ବିଶ୍ଵାଳ ଉଦବୋଧନ ଦେବା ସମୟରେ ବରିଷ୍ଠ ନାଗରିକ ମାନଙ୍କ ଦୁଃଖରେ ଭାବବିହ୍ଵଳିତ ହୋଇ ପଡ଼ିଥିଲେ । ଚିଲିକା ବ୍ଲକ୍ ବିଡ଼ିଓଙ୍କ ପ୍ରତିନିଧି ସତ୍ୟ ରଞ୍ଜନ ପାଢ଼ୀ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।