ପ୍ରକାଶ ପାଇଲା ଜେଇଇ ମେନ ରେଜଲ୍ଟ

ପ୍ରକାଶ ପାଇଲା ଜେଇଇ ମେନ୍‌ ରେଜଲ୍ଟ l ନ୍ୟାଶନାଲ ଟେଷ୍ଟିଂ ଏଜେନ୍ସି (NTA) ପକ୍ଷରୁ ହୋଇଥିବା ମିଳିତ ପ୍ରବେଶିକା ପରୀକ୍ଷା (JEE) ମେନ ଦ୍ୱିତୀୟ ପର୍ଯ୍ୟାୟ ୨୦୨୩ ଫଳାଫଳ ଆଜି ପ୍ରକାଶ ପାଇଛି। ଛାତ୍ରୀଛାତ୍ରମାନେ ଏନ୍‌ଟିଏର ଅଫିସିଆଲ ଓ୍ବେବସାଇଟ୍‌ jeemain.nta.nic.in କୁ ଯାଇ ନିଜର ମାର୍କ ଚେକ୍‌ କରିପାରିବେ। ଲଗଇନ କରିବା ସମୟରେ ଛାତ୍ରୀଛାତ୍ରମାନେ ନିଜ ରେଜିଷ୍ଟ୍ରେସନ ନମ୍ବର କିମ୍ବା ରୋଲ୍‌ ନମ୍ବର ଦାଖଲ କରି ନିଜ ରେଜଲ୍ଟ ପାଇପାରିବେ।  ତେବେ ରାଜ୍ୟର ପାଖାପାଖି ୨୦ ହଜାର ଛାତ୍ରଛାତ୍ରୀ ଚଳିତ ପର୍ଯ୍ୟାୟରେ ମିଳିତ ପ୍ରବେଶିକା ପରୀକ୍ଷା ଦେଇଥିବା ସୂଚନା ମିଳିଛି। ଫଳ ପ୍ରକାଶ ପାଇବା ପରେ ମେଧାବୀ ଛାତ୍ରଛାତ୍ରୀ ମାନେ ମେ’ ୫ ତାରିଖ ସୁଦ୍ଧା ଜେଇଇ ଆଡଭାନ୍ସଡ୍‌‌ ପାଇଁ ପଞ୍ଜୀକରଣ କରିବେ। ଜୁନ୍‌‌ ୪ ତାରିଖରେ ଦେଶର ୨୩ଟି ଆଇଆଇଟିରେ ନାମଲେଖା ପାଇଁ ଜେଇଇ ଆଡଭାନ୍ସଡ୍‌‌ ପରୀକ୍ଷା ଅନୁଷ୍ଠିତ ହେବ।