ବଲାଙ୍ଗୀର ଜିଲ୍ଲାର କଣ୍ଟାବାଞ୍ଜିରେ ଘଟିଛି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଟ୍ରକ ଓ ବୋଲେରୋର ମୁହାଁମୁହିଁ ଧକ୍କା ଫଳରେ ୨ ଜଣଙ୍କର ମୃତ୍ୟୁ ହେବା ସହିତ ୨ ଜଣ ଆହତ ହୋଇଛନ୍ତି । ଆହତଙ୍କୁ ସ୍ଥାନୀୟ ଲୋକ ଉଦ୍ଧାର କରି ଚିକିତ୍ସା ପାଇଁ ମେଡିକାଲରେ ଭର୍ତ୍ତି କରିଛନ୍ତି ।
ସୂଚନା ଅନୁସାରେ, ଆଜି ସକାଳେ ବଲାଙ୍ଗୀର ଜିଲ୍ଲାରେ ଟ୍ରକ ଓ ବୋଲେରୋ ମଧ୍ୟରେ ଦୁର୍ଘଟଣା ଘଟିଛି । ଟ୍ରକଟି ରାୟପୁରରୁ ବଙ୍ଗୋମୁଣ୍ଡା ଅଭିମୁଖେ ଯାତ୍ରା କରୁଥିଲା । ଆଉ ବୋଲେରୋଟି ବରଗଡ଼ ଜିଲ୍ଲାରୁ ସିନାପାଲି ଆସୁଥିଲା । ଠିକ ଏହି ସମୟରେ ବଙ୍ଗୋମୁଣ୍ଡା ଜାତୀୟ ରାଜପଥ ଫୁଗୁଡା ଛକରେ ଟ୍ରକ ଓ ବୋଲେରୋ ମୁହାଁମୁହିଁ ଧକ୍କା ହୋଇଥିଲା । ଧକ୍କା ହେବା ଫଳରେ ବୋଲେରୋଟି ଭାରସ୍ୟାମ ହରାଇ ରାସ୍ତା କଡ଼କୁ ଓଲଟିପଡ଼ିଥିଲା । ଯାହା ଫଳରେ ବୋଲେରୋରେ ଥିବା ୨ଜଣଙ୍କର ମୃତ୍ୟୁ ହେବା ସହିତ ୨ଜଣ ଗୁରୁତର ଆହତ ହୋଇଛନ୍ତି । ଆହତଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି । ଦୁର୍ଘଟଣା ପରେ ବୋଲେରୋଟି ସମ୍ପୂର୍ଣ୍ଣ ଭାଙ୍ଗି ଯାଇଛି । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି ।