ଜିଲ୍ଲା କାର୍ଯ୍ୟାଳୟରେ ଖଲ୍ଲିକୋଟ ବିଜେଡିର ମିଶ୍ରଣ କାର୍ଯ୍ୟକ୍ରମ ।

• କଂଗ୍ରେସ ଓ ବିଜେପି ଛାଡି ବିଜେଡିରେ ମିଶିଲେ ଶତାଧିକ କର୍ମୀ ।

ବ୍ରହ୍ମପୁର, ୬/୫ (ଅଭିଜିତ କର): ସ୍ଥାନୀୟ ଭାବା ନଗର ସ୍ଥିତ ବିଜୁ ଜନତା ଦଳର ଜିଲ୍ଲା କାର୍ଯ୍ୟାଳୟ ପରିସରରେ ବିଜେଡିର ଏକ ମିଶ୍ରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଜିଲ୍ଲା ସଭାପତି ଶ୍ରୀ ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଖଲ୍ଲିକୋଟ ବିଧାୟିକା ଶ୍ରୀମତୀ ସୂର୍ଯ୍ୟମଣି ବୈଦ୍ୟ ଯୋଗଦାନ କରିଥିଲେ। ଏହି ପରିପ୍ରେକ୍ଷୀରେ ଖଲ୍ଲିକୋଟ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ପୁରୁଷୋତ୍ତମ ବ୍ଲକରେ ଦୀର୍ଘ ବର୍ଷ ଧରି ସ୍ୱରାଜ ପାଣିଗ୍ରାହୀ କଂଗ୍ରେସରେ ଓ କିଶୋର ଚନ୍ଦ୍ର ପଣ୍ଡା ବିଜେପି ଦଳରେ କାର୍ଯ୍ୟକର୍ତ୍ତା ଭାବେ ଦାୟିତ୍ୱରେ ଥିବା ନେତା ଓ ଶତାଧିକ କର୍ମୀ ମାନେ ଆଜି ଉକ୍ତ ଦଳ ଗୁଡ଼ିକ ଛାଡି ବିଜେଡିରେ ଯୋଗଦାନ କରିଛନ୍ତି ସେନେଇ ଆଜି ତାଙ୍କୁ ଜିଲ୍ଲା ବିଦେଜି ତରଫରୁ ସ୍ବାଗତ ସମ୍ବର୍ଦ୍ଧନା ଜଣାଇବା ସହ ରାଜ୍ୟବାସୀଙ୍କ ସେବା କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ହାତ ମୁଠାକୁ ସୁଦୃଢ କରିବାକୁ ଉତ୍ସାହିତ କରିଥିଲେ। ଏହି ଅବସରରେ ନୂତନ ଭାବେ ଯୋଗଦାନ କରିଥିବା ନେତା ମାନେ ନିଜ ମତ ବ୍ୟକ୍ତ କରିଛନ୍ତି ଯେ, ଦୀର୍ଘ ବର୍ଷ ଧରି ସେବା କରିବା ଉଦ୍ଦେଶ୍ୟରେ ବିଜେପି ଓ କଂଗ୍ରେସରେ ଥିଲୁ ହେଲେ ଦଳ କୌଣସି ଗୁରୁତ୍ଵ ଦେଇ ନଥିଲା, ହେଲେ ମୁଖ୍ୟମନ୍ତ୍ରୀଙ୍କ ନୀତି ଆଦର୍ଶ ଓ ବିଜୁ ଜନତା ଦଳ ସେବା କାର୍ଯ୍ୟକୁ ଦେଖି ବିଧାୟିକା ଶ୍ରୀମତୀ ସୂର୍ଯ୍ୟମଣି ବୈଦ୍ୟଙ୍କ ଉପରେ ଅନୁପ୍ରାଣିତ ହୋଇ ବିଜୁ ଜନତା ଦଳରେ ଯୋଗଦାନ କରିଥିବା ସେମାନେ କହିଛନ୍ତି। ଏହି କାର୍ଯ୍ୟକ୍ରମରେ ରାଜ୍ୟ ସମ୍ପାଦକ ସୁବାଷ ଚନ୍ଦ୍ର ମହାରଣା, ସମ୍ପାଦିକା ଶ୍ରୀମତୀ ଏମ ସୁଜାତା ପାତ୍ର, ଜିଲ୍ଲା ମହିଳା ସଭାନେତ୍ରୀ ସଂଘମିତ୍ରା ଦଳାଇ, ଜୋନ୍ ସଭାନେତ୍ରୀ ମମତା ବିଷୋୟୀ, ସମ୍ପାଦକ ସଞ୍ଜିତ ପାଣିଗ୍ରାହୀ, ମୁକୁନ୍ଦ ଗୌଡ଼, ଜିଲ୍ଲା ଯୁବ ସଭାପତି ଭବାନୀ କାନ୍ତ, ଜିଲ୍ଲା ଛାତ୍ର ସଭାପତି ପ୍ରଶାନ୍ତ କୁମାର ପଣ୍ଡାଙ୍କ ସମେତ ସହ ନିର୍ବାଚନ ମଣ୍ଡଳୀ ଓ ବ୍ଲକର ବହୁ ଦଳୀୟ ନେତା ଓ କର୍ମୀ ମାନେ ଉପସ୍ଥିତ ଥିଲେ। ଏହି ସମସ୍ତ କାର୍ଯ୍ୟକ୍ରମକୁ ଜିଲ୍ଲା ସାଧାରଣ ସମ୍ପାଦକ ଶ୍ରୀ ମନୋଜ କୁମାର ମହାପାତ୍ର ପରିଚାଳନା କରିବା ସହ ଧନ୍ୟବାଦ ଅର୍ପଣ କରିଥିଲେ।