ମହିଳା ଏଏସଆଇ ମୃତ୍ୟୁ ଘଟଣା: ହତ୍ୟା ଅଭିଯୋଗ ଆଣିଲେ ସ୍ୱାମୀ

ରାଉରକେଲାରେ ମହିଳା ଏଏସ୍ଆଇଙ୍କ ଆକସ୍ମିକ ମୃତ୍ୟୁ ହତ୍ୟା ଷଡ଼ୟନ୍ତ୍ର ଆଶଙ୍କା ସୃଷ୍ଟି କରିଛି। ନିକଟରେ ସହକାରୀ ଜିଲ୍ଲାପାଳ ସୁସ୍ମିତା ମିଞ୍ଜଙ୍କ ରହସ୍ୟଜନକ ମୃତ୍ୟୁର କିଛି ଦିନ ପରେ ରାଉରକେଲାରେ ମହିଳା ଏଏସ୍ଆଇ ଆଲିଶା ନରମି ଲୁଗୁନଙ୍କ ଅଚାନକ ମୃତ୍ୟୁ ଏକ ହତ୍ୟା ଷଡ଼ଯନ୍ତ୍ରକୁ ନେଇ ସନ୍ଦେହ ସୃଷ୍ଟି କରିଛି। ରାଉରକେଲା ସହକାରୀ ଜିଲ୍ଲାପାଳ ସୁସ୍ମିତା ମିଞ୍ଜଙ୍କ ପିଏସଓ ଥିଲେ ଏ.ଏନ୍. ଲୁଗୁନ୍। ଏକ ଯାତ୍ରୀବାହୀ ବସ ଓ କାର ଦୁର୍ଘଟଣା ମାମଲାରେ  ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ଖବର ପାଇ ଘଟଣାସ୍ଥଳକୁ ଯାଇଥିଲେ ମହିଳା ଏଏସଆଇ। ସେଠାରେ ତାଙ୍କର ମୃତ୍ୟୁ ହୋଇଥିବା ଖବର ଆସିଥିଲା। ଏବେ ତାଙ୍କ ସ୍ୱାମୀ ଆଣିଛନ୍ତି ହତ୍ୟା ଅଭିଯୋଗ। । ଆଉ ତାଙ୍କ ମୃତ୍ୟୁ ସହ ସହକାରୀ ଜିଲ୍ଲପାଳ ସୁସ୍ମିତା ମିଞ୍ଜଙ୍କ ମୃତ୍ୟୁର ସମ୍ପର୍କ ରହିଛି ବୋଲି ସନ୍ଦେହ ସୃଷ୍ଟି କରିଛି ।

ସୂଚନା ଅନୁସାରେ , ରାଉରକେଲା ଉଦିତନଗର ଥାନାର ମହିଳା ଏଏସଆଇ ଏ.ଏନ.ଲୁଗୁନଙ୍କ ସନ୍ଦେହଜନକ ମୃତ୍ୟୁ ହୋଇଛି। ଏକ ଯାତ୍ରୀବାହୀ ବସ ଓ କାର ଦୁର୍ଘଟଣା ମାମଲାରେ ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ଖବର ପାଇ ସମ୍ପୃକ୍ତ ଏଏସଆଇ ଘଟଣାସ୍ଥଳକୁ ଯାଇଥିଲେ। ସେଠାରେ ତାଙ୍କର ମୃତ୍ୟୁ ହୋଇଛି। ରାଉରକେଲା ସହକାରୀ ଜିଲ୍ଲାପାଳ ସୁସ୍ମିତା ମିଞ୍ଜଙ୍କ ପିଏସଓ ଥିଲେ ମହିଳା ଏଏସଆଇ ଏ.ଏନ୍. ଲୁଗୁନ୍। ପ୍ରଥମରୁ ସୁସ୍ମିତା ମିଞ୍ଜଙ୍କ ମୃତ୍ୟୁ ସସପେନ୍ସ ଥିଲାବେଳେ ଏବେ ତାଙ୍କ ପିଏସଓଙ୍କ ସନ୍ଦେହଜନକ ମୃତ୍ୟୁ ହୋଇଛି। ମୃତ୍ୟୁ କିଭଳି ହେଲା ଏବଂ କାହିଁକି ହେଲା ସେ ନେଇ ଏଯାଏଁ  କାରଣ ସ୍ପଷ୍ଟ ହୋଇନି।