ପାଖରେ ଫାଣ୍ଡି ଥାଇ ବି ଏଟିଏମ୍ ଭାଙ୍ଗି ଲୁଟିନେଲେ ଟଙ୍କା

ବାଲେଶ୍ବରରେ ମାତିଲେଣି ଏଟିଏମ୍ ଲୁଟେରା । ଗ୍ୟାସ୍ କଟରରେ କାଟି ଏଟିଏମରୁ ଟଙ୍କା ଲୁଟିନେଲେ ଦୁର୍ବୃତ୍ତ । ଘଟଣା ଘଟିଛି  ବାଲେଶ୍ବର ଜିଲ୍ଲା ରେମୁଣା କ୍ଷୀରଚୋରା ଗୋପୀନାଥ ମନ୍ଦିର ନିକଟ ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ  ଏଟିଏମରୁ । ଆଉ ଏଟିଏମରୁ ଲକ୍ଷ ଲକ୍ଷ ଟଙ୍କା ଲୁଟି ନେଇଥିବା ସୂଚନା ମିଳୁଛି, କିନ୍ତୁ କେତେ ଟଙ୍କା ଲୁଟିଛନ୍ତି ସେ ନେଇ ସୂଚନା ମିଳିପାରିନାହିଁ । ଆଶ୍ଚର୍ଯ୍ୟଜଣକ ଘଟଣା ହେଉଛି ଏଟିଏମଟି ଫାଣ୍ଡି ନିକଟରେ ରହିଛି ଏବଂ ଚୋରଙ୍କ ସାହସ ଯେ ଫାଣ୍ଡି ନିକଟରେ ଥିବା ଏଟିଏମରୁ ଲକ୍ଷାଧିକ ଟଙ୍କା ଲୁଟି ନେଇଛନ୍ତି ।

ଫାଣ୍ଡିରୁ ଏଟିଏମର ମାତ୍ର ୩୦ ମିଟର ଦୁଆରରେ ହୋଇଥିଲେ ମଧ୍ୟ ଲୁଟ ବିଷୟରେ କେହି ଜାଣିପାରିନଥିଲେ । ସୂଚନା ଅନୁସାରେ  ଗତକାଲି ରାତି ୨ଟାରୁ ୩ଟା ମଧ୍ୟରେ ଲୁଟ୍ ହୋଇଛି । ଦୁର୍ବୃତ୍ତମାନେ ଏଟିଏମକୁ ସମ୍ପୂର୍ଣ୍ଣଭାବେ କାଟି ଦେଇଛନ୍ତି । ସ୍ଥାନୀୟ ଲୋକେ ଘଟଣା ସମ୍ପର୍କରେ ପୋଲିସକୁ ଖବର ଦେବା ପରେ ଘଟଣାର ତଦନ୍ତ କରୁଛି । ଗତକାଲି ଏଟିଏମରେ ୧୮ଲକ୍ଷ ୩୬ହଜାର ଟଙ୍କା ଭର୍ତ୍ତି କରାଯାଇଥିଲା ।