ଭୁବନେଶ୍ୱର: ଦକ୍ଷିଣ ବଙ୍ଗୋପସାଗରରେ ଆସୁଛି ଲଘୁଚାପ । ମେ’ ୫ ତାରିଖ ପାଖାପାଖି ଲଘୁଚାପ କ୍ଷେତ୍ର ସୃଷ୍ଟି ହେବା ନେଇ ପୂର୍ବାନୁମାନ କରିଛନ୍ତି ଆଇଏମଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର ।ଏହାପରେ ଅବପାତରେ ପରିଣତ ହେବା ମଧ୍ୟ ସମ୍ଭାବନା ରହିଛି ଅବପାତଟି ବାତ୍ୟାରେ ପରିଣତ ହେବ କି ନାହିଁ ଏବେ ଯାଏ ଏହା ସ୍ପଷ୍ଟ ହୋଇପାରିନାହିଁ । ହେଲେ ଓଡ଼ିଶା ଉପରେ ଏହାର କୌଣସି ପ୍ରଭାବ ରହିବ ନାହିଁ । ଦକ୍ଷିଣ ବଙ୍ଗୋପସାଗର ତଥା ନିକଟବର୍ତ୍ତୀ ଅଞ୍ଚଳରେ ଏହାର ପ୍ରଭାବ ପଡ଼ିବ । ଆଇଏମଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର ଆହୁରି ମଧ୍ୟ କହିଛନ୍ତି ଯେ, କିଛି ଦିନ ମଧ୍ୟରେ ଗ୍ରୀଷ୍ମ ପ୍ରବାହ ଲାଗିରହିବ l ବିଶେଷକରି ପୂର୍ବ ଭାରତରେ ଥିବା ଜିଲ୍ଲା ଗୁଡିକରେ ଖରାପ ପ୍ରକୋପ ଜାରି ରହିବ l ଓଡ଼ିଶାର ଉପକୂଳବର୍ତ୍ତୀ ଜିଲ୍ଲା ମାନଙ୍କରେ ତାପମାତ୍ରା ଅଧିକ ରହିଛି l ତେବେ ମେ ମାସରେ ବର୍ଷାର ପରିମାଣ କମ ରହିବ l ଗତ କିଛି ବର୍ଷ ହେବ ଲଗାତାର ମେ ମାସରେ ଲଘୁଚାପ ଆସୁଥିବାରୁ ପାଣିପାଗ ବିଭାଗର ଆକଳନ ଏବେ ଚିନ୍ତାର କାରଣ ହୋଇଛି।