ମା ବାଗଦେଵୀ କ୍ରିକେଟ୍ ଟର୍ନାମେଣ୍ଟ, ଜାକେଡା ପଞ୍ଚାୟତ ଯୁବକଙ୍କ ଏକତ୍ଵ ନିଦର୍ଶନ

ନୂଆଗାଁ : ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଲକ ଅନ୍ତର୍ଗତ ଜାକେଡ଼ା ଗ୍ରାମ ପଞ୍ଚାୟତ, ଶିମିଳିସାହି ଖେଳ ପଡିଆ ରେ ମା ବାଗଦେଵୀ କ୍ରିକେଟ୍ କ୍ଲବ ଆନୁକୁଲ୍ୟରେ ମା ବାଗଦେଵୀ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟ ଅତିଥି ଭାବେ ଜାକେଡ଼ା ସରପଞ୍ଚ ପ୍ରତିନିଧି ବୁଲୁ ମଳିକ ସହ ନାଏବ ସରପଞ୍ଚ ପ୍ରହଲ୍ଲାଦ ମଳିକ, ସ୍ୱେଚ୍ଛାସେବୀ ହରେକୃଷ୍ଣ ମଳିକ ଯୋଗଦେଇ ଉକ୍ତ କାର୍ଯ୍ୟକ୍ରମକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଛନ୍ତି। ଏହି କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ତା ୧୪.୫.୨୦୨୩ ରିଖ ଠାରୁ ତା ୧୯.୫.୨୦୨୩ ପର୍ଯ୍ୟନ୍ତ ଖେଳ ଚାଲୁ ରହିବ। ପ୍ରଥମ ମ୍ୟାଚ୍ ଘୁଡୁକୁବାରୀ ସହିତ ଗୁଣ୍ଠାପାଜୁ ଅନୁଷ୍ଠିତ ହୋଇଥିଲା।

ଘୁଡୁକୁବାରି ଟଚ୍ ୱିନ କରି ପ୍ରଥମେ ବ୍ୟାଟିଙ୍ଗ କରି ନିର୍ଦ୍ଧାରିତ ୧୦ ଉଭରରେ ୬ ୱିକେଟ୍ ହରାଇ ୧୦୪ ରନ୍ ସଂଗ୍ରହ କରିଥିଲା। ଜବାବରେ ଗୁଣ୍ଠାପାଜୁ ୬.୩ ବଲ ରେ ୨ ୱିକେଟ୍ ହରାଇ ୧୦୫ ରନ୍ ସଂଗ୍ରହ କରି ଜିତି ନେଇଥିଲା। ଦ୍ଵିତୀୟ କ୍ରିକେଟ୍ ମ୍ୟାଚ୍ ବରକୁଳା ସହିତ ଶିମିଳିସାହି ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ପ୍ରଥମେ ବରକୁଳା ଟଚ୍ ୱିନ କରି ନିର୍ଦ୍ଧାରିତ ୧୦ ଉଭରରେ ୪ ୱିକେଟ୍ ହରାଇ ୯୩ ରନ୍ ସଂଗ୍ରହ କରିଥିଲା। ଜବାବରେ ଏମ୍ ବି ସି ସି,ଶିମିଳିସାହି ୧୦ ଉଭର ବ୍ୟାଟିଙ୍ଗ କରି ୯ ୱିକେଟ୍ ହରାଇ ୬୯ ରନ୍ ସଂଗ୍ରହ କରି ପରାସ୍ତ ହୋଇଥିଲା। ଗୁଣ୍ଠାପାଜୁ ସହିତ ବରକୁଳା କ୍ରିକେଟ୍ ଦଳ କ୍ୱାଟର ଫାଇନାଲ ରେ ପ୍ରବେଶ କରିଥିଲେ। ପ୍ରଥମେ ବରକୁଳା କ୍ରିକେଟ୍ ଦଳ ଟଚ୍ ୱିନ କରି ନିର୍ଦ୍ଧାରିତ ୧୦ ଉଭର ବ୍ୟାଟିଙ୍ଗ କରି ୬ ୱିକେଟ୍ ହରାଇ ୯୨ ରନ୍ ସଂଗ୍ରହ କରିଥିଲା।

ଜବାବରେ ଗୁଣ୍ଠାପାଜୁ ନିର୍ଦ୍ଧାରିତ ୧୦ ଉଭର ବ୍ୟାଟିଙ୍ଗ କରି ନିର୍ଦ୍ଧାରିତ ୮ୱିକେଟ୍ ହରାଇ ୭୮ ରନ୍ ସଂଗ୍ରହ କରି ପରାସ୍ତ ହୋଇଥିଲା। ଫଳରେ ବରକୁଳା କ୍ରିକେଟ୍ ଦଳ ସେମିଫାଇନାଲ ରେ ପ୍ରବେଶ କରିଛନ୍ତି। ମା ବାଗଦେବୀ କ୍ରିକେଟ୍ କ୍ଲବ, ଶିମିଳିସାହି ର ସଭାପତି ମର୍ଦରାଜ ମଳିକ ଏବଂ ବଳଭଦ୍ର ମଳିକ ଖେଳ ପରିଚାଳନା କରିଥିଲେ। ଏହି କ୍ରିକେଟ୍ ଟୁର୍ନାମେଣ୍ଟ ଜାକେଡା ପଞ୍ଚାୟତ ଯୁବକଙ୍କ ଏକତ୍ଵର ଉଦାହରଣ।