ବାପ ଘରେ ମାଁ ବ୍ରାହ୍ମଣ ଦେବୀ: ମୃଣ୍ମୟୀ ପ୍ରତିମା ପୂର୍ଣ୍ଣାଙ୍ଗ ରୂପ ଦେଖିବାକୁ ଶ୍ରଦ୍ଧାଳୁଙ୍କ ଭିଡ

ବେଲଗୁଣ୍ଠା -୨୮/୪-ପବିତ୍ର ଅକ୍ଷୟ ତୃତୀୟା ତିଥିରେ ବେଲଗୁଣ୍ଠାର ଅଧିଷ୍ଠାତ୍ରୀ ଦେବୀ ମାଁ ବ୍ରାହ୍ମଣ ଦେବୀ ବାପ ଘରକୁ ଆସିଛନ୍ତି । ସେଥିପାଇଁ ବେଲଗୁଣ୍ଠା ସହର ଏବେ ଚଳଚଞ୍ଚଳ ।ସାହି ସାହିରେ ନଗର ପରିକ୍ରମା ଓ କଳାକୁଞ୍ଜ ପାଇଁ ଆରମ୍ଭ ହୋଇଯାଇଛି ପ୍ରସ୍ତୁତି ।ଏ ପରି ସ୍ଥଳେ ମାଁ ଙ୍କ ଅସ୍ଥାୟୀ ପୀଠରେ ପରମ୍ପରା ଅନୁଯାୟୀ ନିର୍ମାଣ ହୋଇଛି ମାଁ ବ୍ରାହ୍ମଣ ଦେବୀଙ୍କ ମୃଣ୍ମୟୀ ମୁଖ ମଣ୍ଡଳ ସହିତ ଶିଳ୍ପୀ ରୁପ ଦେଇଛନ୍ତି ପୁର୍ଣ୍ଣାଙ୍ଗ ପ୍ରତିମାକୁ । ସୁନ୍ଦର ଭାବେ ସୁସଜ୍ଜିତ ସିଂହାସନରେ ମାଁ ବ୍ରାହ୍ମଣ ଦେବୀ ବିରାଜମାନ କରିଛନ୍ତି । ମାଁ ଙ୍କ ଆଗମନର ଦୁଇ ଦିନରେ କୋଳି ସାହି କମିଟି ତରଫରୁ ଏହି ପ୍ରତିମା ତିଆରି ହୋଇଛି ।

ପ୍ରତିଦିନ ବେଲଗୁଣ୍ଠା ଅଞ୍ଚଳର ବହୁ ଶ୍ରଦ୍ଧାଳୁଙ୍କ ଦର୍ଶନ ପାଇଁ ଭିଡ଼ ଜମାଉଥିବା ଲକ୍ଷ୍ୟ କରାଯାଇଛି । ବିଶେଷ କରି ସଂଧ୍ୟା ମାଁ ଙ୍କ ଆରତୀ ଦେଖିବା ପାଇଁ ଶତାଧିକ ମହିଳା ଓ ପୁରୁଷ ରୁଣ୍ଡ ହେଉଛନ୍ତି ।ଆଜି ସୋରଡ଼ା ବିଧାୟକ ପୁର୍ଣ୍ଣ ଚନ୍ଦ୍ର ସ୍ୱାଇଁ ମାଁ ଙ୍କୁ ଦର୍ଶନ କରି ଆଶିର୍ବାଦ ଭିକ୍ଷା କରିଛନ୍ତି । ଆଗାମୀ ଦିନରେ ବିଭିନ୍ନ ସାହି ତରଫରୁ ମାଁ ଙ୍କୁ ସିଂହବାହିନୀ ବେଶରେ ବାଣ ପଟୁଆର ସହିତ ନଗର ପରିକ୍ରମା କରାଯିବା ସହିତ ବିଭିନ୍ନ ପ୍ରକାର ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ବୋଲି ନଗରପାଳ ଫିରୋଜ ସେଠୀ ପ୍ରକାଶ କରିଛନ୍ତି । ଏଥିରେ ସମସ୍ତ କାଉନସିଲର ଉପସ୍ତିତ ଥିଲେ

ରିପୋର୍ଟ-ଶିବରାମ ଚୌଧୁରୀ