ନୂଆଦିଲ୍ଲୀ: ନେଣଦେଣରୁ ବିଦାୟ ନେବ ୨ ହଜାର ନୋଟ୍ । ୨ ହଜାର ଟଙ୍କିଆ ନୋଟ୍ ନେଇ ରିଜର୍ଭ ବ୍ୟାଙ୍କର ବଡ ନିଷ୍ପତ୍ତି । ବିଦାୟ ନେଲେ ବି ଏବେ ଅଚଳ ହେବନି ୨ ହଜାର ଟଙ୍କିଆ ନୋଟ୍ । ସେପ୍ଟେମ୍ବର ୩୦ ମଧ୍ୟରେ ବ୍ୟାଙ୍କରୁ ବଦଳାଇ ହେବ ନୋଟ୍ । ନୋଟ୍ ବଦଳାଇବା ନେଇ ବ୍ୟାଙ୍କର ବ୍ୟବସ୍ଥା ରହିଛି । ଥରକେ ସର୍ବାଧିକ ୨୦ ହଜାର ଟଙ୍କା ପର୍ଯ୍ୟନ୍ତ ବଦଳାଇ ହେବ । ଆଉ ୨ ହଜାର ଟଙ୍କା ନୋଟ ନଦେବାକୁ ବ୍ୟାଙ୍କମାନଙ୍କୁ ନିର୍ଦ୍ଧେଶ ଦିଆଯାଇଛି । ୨୦୧୬ ମସିହାରେ ହୋଇଥିବା ନୋଟ ବନ୍ଦୀ ସମୟରେ ରିଜର୍ଭ ବ୍ୟାଙ୍କ ୨୦୦୦ ଟଙ୍କିଆ ନୋଟ ପ୍ରଚଳନ କରିଥିଲା ।
ରିଜର୍ଭ ବ୍ୟାଙ୍କ ପକ୍ଷରୁ କୁହାଯାଇଛି ଯେ ଲୋକମାନେ ଆସନ୍ତା ମେ ୨୩ରୁ ସେପ୍ଟେମ୍ବର ୩୦ ମଧ୍ୟରେ ବ୍ୟାଙ୍କରେ ୨ହଜାର ଟଙ୍କିଆ ନୋଟ ବଦଳାଇ ପାରିବେ। ଏହି ନୋଟ ବଦଳାଇବାକୁ ବ୍ୟାଙ୍କ ଶାଖା ଓ ରିଜର୍ଭ ବ୍ୟାଙ୍କର ଆଞ୍ଚଳିକ ଶାଖା ଗୁଡ଼ିକରେ ସ୍ବତନ୍ତ୍ର କାଉଣ୍ଟର ଖୋଲାଯିବ । ଏଣୁ ଲୋକମାନେ ବ୍ୟସ୍ତ ନହୋଇ ସୁବିଧା ଅନୁସାରେ ଏହି ତାରିଖ ମଧ୍ୟରେ ୨ ବଜାର ଟଙ୍କିଆ ନୋଟ ବଦଳାଇ ୫ ଶହ କିମ୍ବା ଅନ୍ୟ ନୋଟ ନେଇପାରିବେ । ତେବେ ଗୋଟିଏ ଥରରେ ୨୦ ହଜାର ଟଙ୍କା ମୂଲ୍ୟର ୨ ବଜାର ଟଙ୍କିଆ ନୋଟ ବଦଳାଇ ହେବ ବୋଲି ରିଜର୍ଭ ବ୍ୟାଙ୍କ କହିଛି। ଗ୍ରାହକମାନଙ୍କୁ ଆଉ ୨ ହଜାର ଟଙ୍କିଆ ନୋଟ୍ ନଦେବାକୁ ବ୍ୟାଙ୍କମାନଙ୍କୁ ମଧ୍ୟ ଆରବିଆଇ ନିର୍ଦ୍ଦେଶ ଦେଇଛି।