ଘୁଞ୍ଚିଲା ମାଟ୍ରିକ ପରୀକ୍ଷା ଅନଲାଇନ୍ ଫର୍ମ ଫିଲ୍ଅପ୍ ତାରିଖ। ଅକ୍ଟୋବର ୫ ତାରିଖ ପର୍ଯ୍ୟନ୍ତ ଅବଧି ବଢାଇଛି ବୋର୍ଡ। ଏହା ପରେ ଆଉ ଅବଧି ବଢିବ ନାହିଁ ବୋଲି ବୋର୍ଡ ସ୍ପଷ୍ଟ କରିଛି। ଏହି ତାରିଖ ଭିତରେ ପରୀକ୍ଷାର୍ଥୀଙ୍କୁ ଅନଲାଇନରେ ଫର୍ମ ଫିଲ୍ଅପ୍ କରିବେ। ଏ ନେଇ ଶନିବାର ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ସୂଚନା ଦିଆଯାଇଛି।
ଏହାପୂର୍ବରୁ ଜୁଲାଇ ୨୭ ତାରିଖରେ ମାଟ୍ରିକ ପରୀକ୍ଷା ବିଜ୍ଞପ୍ତି ପ୍ରକାଶ ପାଇଥିଲା। ଆସନ୍ତା ଫେବୃଆରୀ ୨୦ ତାରିଖରୁ ମାର୍ଚ୍ଚ ୪ ଯାଏଁ ମାଟ୍ରିକ୍ ପରୀକ୍ଷା ଅନୁଷ୍ଠିତ ହେବ । ସଦ୍ୟତମ ଘୋଷଣା ଅନୁଯାୟୀ, ଅକ୍ଟୋବର ୫ ତାରିଖ ଭିତରେ ଫର୍ମ ଫିଲ୍ଅପ୍ ହେବ । ମାର୍ଚ୍ଚ ୧୨ ତାରିଖରୁ ଆରମ୍ଭ ହେବ ମାଟ୍ରିକ୍ ଖାତା ଦେଖା । ମାଟ୍ରିକ୍ ପରୀକ୍ଷା ସହିତ ମଧ୍ୟମା ପରୀକ୍ଷା ହେବ ବୋଲି ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ସୂଚନା ଦିଆଯାଇଥିଲା।