ଏକତରଫା ପ୍ରେମରୁ ହତ୍ୟାକାଣ୍ଡ l ଘରେ ପଶି ନାବାଳିକାର ତଣ୍ଟି କାଟି ହତ୍ୟାକଲା ପ୍ରେମିକ l ଅନୁଗୁଳ ଜିଲ୍ଲା ସଦର ଥାନା କୁଇଓ ଗାଁରେ ଘଟିଛି ଏହି ବୀଭତ୍ସ ହତ୍ୟାକାଣ୍ଡ । ମୃତ ନାବାଳିକା ଜଣଙ୍କ ହେଲେ ଭାଗିରଥି ସାହୁଙ୍କ ଝିଅ ଖୁସି ସାହୁ। ତାଙ୍କୁ ୧୨ ବର୍ଷ ହୋଇଥିଲା। ହତ୍ୟାକାଣ୍ଡ ପରେ ଅଭିଯୁକ୍ତ ଜଣଙ୍କ ଘଟଣାସ୍ଥଳରୁ ଫେରାର ଅଛନ୍ତି l ଖବର ପାଇବା ପରେ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ପୋଲିସ । ସୂଚନା ଅନୁସାରେ ଅନୁଗୁଳ ସହର ଉପକଣ୍ଠ କୁଇଓ ଗ୍ରାମରେ ଆଜି ୧୦ଟା ବେଳେ ଜଣେ ନାବାଳିକାର ତଣ୍ଟି କାଟି ହତ୍ୟା କରାଯାଇଛି । ମୃତ ନାବାଳିକା ଜଣକ ହେଲେ ଭାଗିରଥି ସାହୁଙ୍କ ୧୨ ବର୍ଷୀୟ ଝିଅ ଖୁସି ସାହୁ ।
ଆଜି ସକାଳ ପ୍ରାୟ ୧୦ଟା ସମୟରେ ଖୁସି ତାଙ୍କ ମା’ ଘରେ ଥିଲେ। ଏହି ସମୟରେ ଜଣେ ଦୁର୍ବୃତ୍ତ ଘର ଭିତରକୁ ପଶି ଆସି ଖୁସିକୁ ଆକ୍ରମଣ କରିଥିଲା। ଝିଅକୁ ଆକ୍ରମଣ କରୁଥିବା ଦେଖି ମା’ ତାକୁ ବିରୋଧ କରିଥିଲେ। ଦୁର୍ବୃତ୍ତ ଜଣଙ୍କ ଖୁସିଙ୍କ ମା’ଙ୍କୁ ଠେଲି ଦେଇଥିଲେ। ସେ ତଳେ ପଡ଼ିଯିବା ପରେ ଦୁର୍ବୃତ୍ତ ଜଣଙ୍କ ଖୁସିର ତଣ୍ଟିକୁ ଧାରୁଆ ଅସ୍ତ୍ରରେ କାଟି ଫେରାର ହୋଇଯାଇଥିଲା। ଘଟଣା ପରେ ନାବାଳିକାଙ୍କୁ ପରିବାର ଲୋକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ମାତ୍ର ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ । ହତ୍ୟାର ପ୍ରକୃତ କାରଣ ଅସ୍ପଷ୍ଟ ଥିବା ବେଳେ ଏକତରଫା ପ୍ରେମକୁ ନେଇ ହତ୍ୟାକାଣ୍ଡ ହୋଇଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି l ସଦର ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।