ସରକାରୀ ବସ୍‌ ଉପରକୁ ଗୁଳିମାଡ଼, ସମସ୍ତ ଯାତ୍ରୀ ସୁରକ୍ଷିତ

ସରକାରୀ ବସ୍ ଉପରକୁ ଅଚାନକ ଗୁଳିମାଡ଼ । ବୈପାରିଗୁଡ଼ା ଥାନାଠୁ ମାତ୍ର ୧୦୦ ମିଟର ଦୂରରେ ଗୁଳିମାଡ଼ ହୋଇଛି । ବାଲିମେଳା ଠାରୁ ବ୍ରହ୍ମପୁର ଯିବା ବେଳେ ଅଚାନକ ଗୁଳିମାଡ଼ ହୋଇଥିଲା । ବର୍ତ୍ତମାନ ପର୍ଯ୍ୟନ୍ତ ଗୁଳିମାଡ଼ର କାରଣ ସ୍ପଷ୍ଟ ହୋଇନାହାନ୍ତି । ସମସ୍ତ ଯାତ୍ରୀ ସୁରକ୍ଷିତ ଥିବା ନେଇ ସୂଚନା ରହିଛି । ଗତକାଲି ରାତିରେ ଓଡ଼ିଶା ରାଜ୍ୟ ସଡ଼କ ପରିବହନ ନିଗମର ଏକ ଡିଲକ୍ସ ବସ ମାଲକାନଗିରି ଜିଲ୍ଲା ବାଲିମେଳାରୁ ବ୍ରହ୍ମପୁର ଅଭିମୁଖେ ଯାଉଥିବା ସମୟରେ ବୈପାରୀଗୁଡ଼ା ଥାନା ଠାରୁ ୧୦୦ ମିଟର ଦୂରରେ ଏହି ବସ ଉପରକୁ ଗୁଳି ମାଡ଼ ହୋଇଥିଲା ।

ସୂଚନା ଅନୁସାରେ, ଗୁଳି ବସର ଝରକା ବାଜିଥିଲା । ତେବେ ସମସ୍ତ ଯାତ୍ରୀ ସୁରକ୍ଷିତ ଅଛନ୍ତି । ଘଟଣା ପରେ ତୁରନ୍ତ ପୋଲିସକୁ ସୂଚନା ଦିଆଯାଇଥିଲା । ପରେ ଘଟଣାସ୍ଥଳରେ ପୋଲିସ ପହଁଞ୍ଚି ତଦନ୍ତ ଆରମ୍ଭ କରିଛି । ହେଲେ ବସ୍ ଉପରକୁ କିଏ ଓ କାହିଁ ଗିଳି ମାଡ଼ କରିଥିଲା ସେ ନେଇ ବର୍ତ୍ତମାନ କୌଣସି ସୂଚନା ମିଳିନାହିଁ ।