ଆଗାମୀ ୪୮ ଘଣ୍ଟାରେ କେରଳ ଛୁଇଁବ ମୌସୁମୀ ବାୟୁ !

ବାଲେଶ୍ବର ବାହାନଗା ରେଳ ଦୁର୍ଘଟଣାରେ ଉଦ୍ଧାର କାର୍ଯ୍ୟ ଅପରେସନ୍‌ ୫୦ ଘଣ୍ଟା ଧରି ଯୁଦ୍ଧକାଳୀନ ଭିତ୍ତିରେ ଚାଲିଥିଲା। ଏଥିରେ ସାମିଲ ହୋଇଥିଲେ ଅଗ୍ନିଶମ, ଓଡ୍ରାଫ୍‌, ଏନ୍‌ଡିଆର୍‌ଏଫ୍‌ ଓ ସେନାର ୫ ଶହ ଅଧିକ ଯବାନ ସାମିଲ ହୋଇଥିଲେ। କି ଦିନ କି ରାତି ଏହି ଯବାନମାନେ ଶହଶହ ‌ଟ୍ରେନ୍‌ ତଳେ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ଚାପି ହୋଇ ରହିଥିବା ଶହଶହ ମୃତଦେହ, ଖଣ୍ଡ ବିଖଣ୍ଡିତ ଶରୀରର ବିଭିନ୍ନ ଅଙ୍ଗ ଏହି ଯବାନମାନେ ଉଦ୍ଧାର କରିଥିଲେ। ତେବେ ଅପରେସନ୍‌ ସରିଯିବା ପରେ ଏବେ କିଛି ଯବାନଙ୍କ ମନରେ ଅହେତୁକ ଭୟ ତଥା ମାନସିକ ସ୍ଥିତି ଦୁର୍ବଳ ହୋଇପଡ଼ିଥିବା ଜାଣିବାକୁ ମିଳିଛି।