ଆରବ ସାଗରରେ ଭୀଷଣ ବାତ୍ୟାରେ ରୂପ ନେଲା ‘ବିପର୍ଯ୍ୟୟ’, ୨୪ ଘଣ୍ଟାରେ ଭୀଷଣ ବାତ୍ୟାର ରୂପ ନେବା ସମ୍ଭାବନା

ଭୁବନେଶ୍ୱର: ଆରବସାଗରରେ ସୃଷ୍ଟି ହୋଇଥିବା ବାତ୍ୟା ‘ବିପର୍ଯ୍ୟୟ’ ଏବେ ଭୀଷଣ ବାତ୍ୟାର ରୂପ ନେଇଛି । ବିଗତ ୬ ଘଣ୍ଟା ହେଲା ବାତ୍ୟା ଘଣ୍ଟା ପ୍ରତି ୨ କିଲୋମିଟର ବେଗରେ ଗତି କରୁଛି ।ବାତ୍ୟା ‘ବିପର୍ଯ୍ୟୟ’ଏବେ ଗୋଆ ଠାରୁ ପଶ୍ଚିମ-ଦକ୍ଷିଣପଶ୍ଚିମ ଦିଗରେ ୮୯୦ କିଲୋମିଟର ଦୂରରେ ରହିଥିବା ବେଳେ ମୁମ୍ବାଇ ଠାରୁ ଦକ୍ଷିଣ-ପଶ୍ଚିମରେ ୧୦୦୦ କିଲୋମିଟର ଦୂରରେ ରହିଛି । ଆଗାମୀ ୨୪ ଘଣ୍ଟାରେ ଅତି ଭୀଷଣ ବାତ୍ୟାର ରୂପ ନେବ ‘ବିପର୍ଯ୍ୟୟ’ ।

ଗତକାଲି ଆରବ ସାଗରରେ ସୃଷ୍ଟ ଏହି ଲଘୁଚାପ ବାତ୍ୟାରେ ପରିଣତ ହୋଇଛି । ସୃଷ୍ଟି ହୋଇଥିବା ଲଘୁଚାପଟି ଗତକାଲି ସକାଳେ ଅବପାତର ରୂପ ନେଇଥିଲା । କାଳକ୍ରମେ ଏହା ଘନୀଭୂତ ହୋଇ ୨୪ ଘଣ୍ଟାରେ ବାତ୍ୟାର ରୂପ ନେଇଛି । ହେଲେ ବାତ୍ୟା କେଉଁଠି ସ୍ଥଳଭାଗ ଛୁଇଁବ ତାହା ଏଯାଏଁ ସ୍ପଷ୍ଟ ହୋଇନି । ତେବେ ଏହି ବାତ୍ୟା ‘ବିପର୍ଯ୍ୟୟ’ ପରବର୍ତ୍ତୀ ୩ ଦିନ ଯାଏଁ ଉତ୍ତର-ଉତ୍ତରପଶ୍ଚିମ ଦିଗରେ ଗତି କରିବ । ପ୍ରଭାବରେ କେରଳ, କର୍ଣ୍ଣାଟକ, ଗୋଆ, ମହାରାଷ୍ଟ୍ର ଉପକୂଳ ଅଞ୍ଚଳରେ ପବନ ହେବ । ଏହି ବାତ୍ୟାର ନାମକରଣ ବାଂଲାଦେଶ କରିଛି । ଯାହାକୁ ଇଂରାଜୀରେ ଡିଜାଷ୍ଟର କୁହାଯାଏ । ତେବେ ଏହା ପ୍ରଭାବରେ ସମୁଦ୍ର ଅଶାନ୍ତ ରହିଛି । ଏଥିପାଇଁ ଜୁନ୍ ୬ରୁ ୧୦ ତାରିଖ ଯାଏ ଦକ୍ଷିଣପଶ୍ଚିମ ଆରବ ସାଗର ଉପକୂଳ କେରଳ, କର୍ଣ୍ଣାଟକ ଓ ଗୋଆ ସହ ଲାକ୍ଷାଦ୍ୱୀପ, ମାଳଦ୍ୱୀପ ଏବଂ ପୂର୍ବକେନ୍ଦ୍ରୀୟ ବଙ୍ଗୋପସାଗରକୁ ମତ୍ସ୍ୟଜୀବୀଙ୍କ ପ୍ରବେଶ ବାରଣ କରାଯାଇଛି ।