କୋଦଳା, (ଦେବାଶିଷ ମହାରଣା): ଗଞ୍ଜାମ ଜିଲ୍ଲା କୋଦଳା ଥାନା ଅନ୍ତର୍ଗତ ଦାନପୁର ଗ୍ରାମରେ ଆସିକା ଥାନା ଅଞ୍ଚଳର ସୁନୀଲ ନାୟକ ନାମକ ଜଣଙ୍କୁ ଅତି ନିର୍ମମ ହତ୍ୟା କରାଯାଇଛି | ହତ୍ୟା ର କାରଣ ଅସ୍ପଷ୍ଟ ରହିଥିବା ବେଳେ ସୁନିଲ ନାହାକଙ୍କ ନାମରେ ଜିଲ୍ଲାର ବିଭିନ୍ନ ଥାନା ରେ ରହିଛି ଅନେକ ମାମଲା | ପୂର୍ବରୁ ଆସ୍କା ଅଞ୍ଚଳରେ ଟେଣ୍ଡର ଫିକ୍ସିଂ, ଗଞ୍ଜେଇ ଚୋର ଚାଲାଣ, ଡକାୟତି ଭଳି ବିଭିନ୍ନ ମାମଲାରେ ଜଡିତ ଥିବା ଜଣାପଡିଛି। ଅନ୍ୟପଟେ ସୁନିଲ ଫେରାର ଥିବା ବେଳେ ଆଜି କୋଦଳା ଥାନା ଦାନପୁର ଗ୍ରାମରେ ଘଟିଥିବା ଏହି ହତ୍ୟାକାଣ୍ଡ ଏବେ ଅସ୍ପଷ୍ଟ ରହିଛି ।ଘଟଣା ସ୍ଥଳରେ କୋଦଳା ପୋଲିସ ଓ ପୁରୁଷୋତ୍ତମ ପୁର SDPO ପହଞ୍ଚି ଘଟଣାର ଛାନଭିନ କରୁଥିବା ସୂଚନା ମିଳିଛି |