ବାଲୁଗାଁ,03/10: ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଙ୍କ ଆହ୍ୱାନ କ୍ରମେ ମୋ ଦେଶ ମୋ ମାଟି ଅଭିଯାନ ସମଗ୍ର ଦେଶରେ ଚାଲୁଅଚ୍ଛି l ଏହି କ୍ରମରେ ଆଜି ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ NAC ରେ ମୋ ଦେଶ ମୋ ମାଟି ଅଭିଯାନ ରେ ବିଜେପି ରାଷ୍ଟ୍ରୀୟ ପ୍ରବକ୍ତା ସମ୍ବିତ ପାତ୍ର ଏବଂ ବିଜେପି ନେତା ପୃଥ୍ୱୀରାଜ ହରିଚନ୍ଦନ ଅମୃତ କଳସ ଯାତ୍ରା କରିଥିଲେ l ବାଲୁଗାଁ ANC ର ପ୍ରତି ୱାର୍ଡ ରେ ଘରକୁ ଘର ବୁଲି ସହିଦ ଙ୍କ ପାଇଁ ପବିତ୍ର ମାଟି ସଂଗ୍ରହ କରିଥିଲେ l ଏହି ପବିତ୍ର ମାଟି କୁ ଲୋକେ ନିଜ ଘରର ଚଉରା ମୂଳରୁ ଦେଉଥିବାର ଦେଖିବାକୁ ମିଳିଥିଲା l ତେବେ ଏହି ପଵିତ୍ର ମାଟି ଅମୃତ କଳସ ରେ ଦିଲ୍ଲୀ ଯିବା ସହିତ ଦେଶ ପାଇଁ ବଳିଦାନ ଦେଇଥିବା ସହିଦ ମାନଙ୍କୁ ମନେ ପକେଇବା ଉଦ୍ଦେଶ୍ୟରେ ସେଠାରେ ଅମୃତ ମାଟିକା ତିଆରି କରାଯିବ l