ବାଲୁଗାଁ,07/09:ଆଜି ହେଉଛି ନନ୍ଦ ଉତ୍ସବ ପ୍ରତ୍ୟେକ କୃଷ୍ଣ ମନ୍ଦିର ରେ ହିନ୍ଦୁ ଧର୍ମ ପରମ୍ପରା ଅନୁଯାଇ ପାଳିତ ହେଉଛି ନନ୍ଦ ଉତ୍ସବ l ସେହିପରି ପ୍ରଜାପିତା ବ୍ରହ୍ମା କୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ ଶିବ ଜ୍ୟୋତି ଧାମ ବାଲୁଗାଁ ଶାଖା ପକ୍ଷରୁ ଆଜି ନନ୍ଦ ଉତ୍ସବ ଅନୁଷ୍ଠିତ ହୋଇଯାଇଛି l ପ୍ରାତଃ ସମୟରେ ସ୍ଥାନୀୟ ଅଂଚଳ ର ଶତାଧିକ ଶ୍ରଦ୍ଧାଳୁ ଆଶ୍ରମ ପରିସର ରେ ପହଞ୍ଚି ଧ୍ୟାନ, ରାଜ ଯୋଗ କରିଥିଲେ l ଉକ୍ତ ନନ୍ଦ ଉତ୍ସବ କାର୍ଯ୍ୟକ୍ରମ ରେ କୁନି କୁନି ପିଲା ମାନେ ରାଧା କୃଷ୍ଣ ବେଶ ରେ ସଜେଇ ହୋଇ ବିଭିନ୍ନ ପ୍ରକାର କୃଷ୍ଣ ଙ୍କ ଭଜନ ନୃତ୍ୟ, ଗୀତ ପରିବେଷଣ କରିଥିଲେ l ଏହି ଉତ୍ସବ ରେ ବାଲୁଗାଁ ମହାବିଦ୍ୟାଳୟ ର ଅଧ୍ୟାପକ ଅକ୍ଷୟ କୁମାର ମିଶ୍ର ଅତିଥି ଭାବେ ଯୋଗ ଦେଇ ମାନବ ସମାଜ ପାଇଁ ଓଁ ଶାନ୍ତି ର ଉପାଦେୟତା ସମ୍ପର୍କରେ ଆଲୋକପାତ କରିଥିଲେ। କାର୍ଯ୍ୟକ୍ରମ ଶେଷ ରେ ପ୍ରସାଦ ସେବନ କରି ସମସ୍ତ ଶ୍ରଦ୍ଧାଳୁ ମାନେ ଫେରିଥିଲେ l